Categories: ଫୁରସତ

ଗଙ୍ଗାଜଳ ଦୂର କରିବ ବାସ୍ତୁଦୋଷ

ହିନ୍ଦୁଧର୍ମରେ ଗଙ୍ଗାଜଳକୁ ଖୁବ୍‌ ପବିତ୍ର ବୋଲି କୁହାଯାଇଥାଏ। ମନରେ ଶ୍ରଦ୍ଧା ରଖି ଗଙ୍ଗାଜଳକୁ ଘରେ ରଖିଲେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି। ତା’ଛଡ଼ା ବାସ୍ତୁଦୋଷ ହେଉ ଅବା କାହାର କୁ-ଦୃଷ୍ଟିକୁ ଦୂର କରିବାରେ ମଧ୍ୟ ଗଙ୍ଗାଜଳର ରହିଛି ଅନେକ ଭୂମିକା। ଯେମିତିକି:
ବାସ୍ତୁଦୋଷ ଯୋଗୁ ସମସ୍ୟା ଲାଗି ରହୁଥିଲେ, ମଝିରେ ମଝିରେ ପବିତ୍ର ମନରେ ଘରର ଚାରିଆଡ଼େ ଗଙ୍ଗାଜଳ ଛିଞ୍ଚତ୍ଦେଲେ ଘରେ ସକରାତ୍ମକ ଊର୍ଜ୍ଜା ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି।
ପରିବାର ସଦସ୍ୟଙ୍କ ଭିତରେ କଳହ ଲାଗୁଥିଲେ, ପ୍ରତିଦିନ ସକାଳେ ଶୁଦ୍ଧପୁତ ହୋଇ ଘରର ପ୍ରତ୍ୟେକ ସଦସ୍ୟଙ୍କ ଉପରେ ଗଙ୍ଗାଜଳ ଟିକେ ଛିଞ୍ଚତ୍ଦେଲେ ସମ୍ପର୍କରେ ମଧୂରତା ବଢିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।
ଛୋଟ ପିଲାଙ୍କୁ କାହାର କୁ-ଦୃଷ୍ଟି ଲାଗିଥିବାର ଅନୁଭବ କଲେ, ସେହି ପିଲା ଉପରେ ଗଙ୍ଗାଜଳ ଛିଞ୍ଚତ୍ କୁ-ଦୃଷ୍ଟିର ପ୍ରଭାବକୁ କମ୍‌ କରାଯାଇପାରେ।
ରାତିରେ ଦୁଃସ୍ବପ୍ନ ଆସୁଥିଲେ, ଶୋଇବା ପୂର୍ବରୁ ଶେଯ ଉପରେ ଟିକେ ଗଙ୍ଗାଜଳ ଛିଞ୍ଚତ୍ ତା’ପରେ ଶୋଇଲେ ଆଉ ଖରାପ ସ୍ବପ୍ନ ଆସେନାହିଁ ବୋଲି ବିଶ୍ୱାସ ରହିଛି।
ଗଙ୍ଗାଜଳକୁ ପ୍ଲାଷ୍ଟିକ୍‌ ବୋତଲରେ ନ ରଖି ବରଂ କୌଣସି ଧାତୁରେ (ଲୁହାକୁ ଛାଡ଼ି) ତିଆରି ପାତ୍ରରେ ଭରି ଠାକୁର ଘରେ ରଖିବା ଠିକ୍‌ ହେବ।
ପିତଳ ହେଉ ଅବା ତମ୍ବା ଗଡୁରେ କିଛି ଗଙ୍ଗାଜଳ ଭରି ତାହାକୁ ଘରର ଉତ୍ତର-ପୂର୍ବ କୋଣରେ ରଖିଦେଲେ ଘରେ ସୁଖଶାନ୍ତି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି।

Share