Categories: ଜାତୀୟ

ଗ୍ୟାଙ୍ଗଷ୍ଟର ଅତିକ ଅହମଦ, ଭାଇ ଅଶରଫଙ୍କୁ ହତ୍ୟା ମାମଲା: ୧୭ ପୋଲିସ କର୍ମଚାରୀ ନିଲମ୍ବିତ

ନୂଆଦିଲ୍ଲୀ,୧୬।୪: ଗ୍ୟାଙ୍ଗଷ୍ଟର ଅତିକ ଅହମଦ ତାଙ୍କ ଭାଇ ଅଶରଫଙ୍କୁ ହତ୍ୟା ପରେ ପୋଲିସ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ୧୭ ପୋଲିସ କର୍ମଚାରୀଙ୍କୁ ନିଲମ୍ବିନ କରି ଦିଆଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଏହା ସହ ସାରା ଉତ୍ତରପ୍ରଦେଶରେ ୧୪୪ ଧାରା ଜାରି ହେବା ସହ ହାଇଆଲର୍ଟ ଜାରି କରାଯାଇଛି।
ଘଟଣାସ୍ଥଳରେ ଫରେନସିକ୍‌ ଟିମ ଏବଂ ଏସ୍‌ଡବ୍ଲ୍ୟୁଏଟି ଟିମ ପହଞ୍ଚିଛି । ସମ୍ବେଦନଶୀଳ ଅଞ୍ଚଳରେ ରାପିଡ ଆକ୍ସନ ଫୋର୍ସ ମୁତୟନ କରାଯାଇଛି । ଏହି ଘଟଣାରେ ନ୍ୟାୟିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କମିଟି ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଘଟଣାରେ ଗୁଜବକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

Share