Posted inଜାତୀୟ

ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ

ମୁମ୍ବାଇ,୨୩।୧୦: ବମ୍ବେ ହାଇକୋର୍ଟ ବୁଧବାର ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହୋଟେଲ ବ୍ୟବସାୟୀ ଜୟା ଶେଟ୍ଟି ମାମଲାରେ ସେ ଏହି ଜାମିନ ପାଇଛନ୍ତି। ୨୦୦୧ରେ ଜୟା ଶେଟ୍ଟୀଙ୍କୁ ହତ୍ୟା କରାଯାଇଥିଲା ଏବଂ ଛୋଟା ରାଜନଙ୍କ ଉପରେ ଏହି ଅଭିଯୋଗ ଲାଗିଥିଲା। ମେ ୩୦, ୨୦୨୪ରେ, ଏକ ସ୍ବତନ୍ତ୍ର MCOCA (ମକୋକା) କୋର୍ଟ ରାଜନଙ୍କୁ ଅନ୍ୟମାନଙ୍କ ସହ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।
ରାଜନ ଏହି ଦଣ୍ଡ ବିରୋଧରେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଦଣ୍ଡକୁ ସ୍ଥଗିତ ରଖାଯିବା ସହ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ଗ୍ୟାଙ୍ଗଷ୍ଟର ଦାବି କରିଛନ୍ତି। ବୁଧବାର ଶୁଣାଣି ସମୟରେ ଜଷ୍ଟିସ ରେବତୀ ମୋହିତେ ଡେରେ ଏବଂ ଜଷ୍ଟିସ ପୃଥ୍ବିରାଜ ଚୌହାନଙ୍କ ଡିଭିଜନ ବେଞ୍ଚ ଏକ ଲକ୍ଷ ଟଙ୍କା ସର୍ତ୍ତରେ ଜାମିନ ପ୍ରଦାନ କରିଥିଲେ। ତେବେ ବର୍ତ୍ତମାନ ତାଙ୍କୁ ଜେଲରେ ରହିବାକୁ ପଡିବ।

ସୂଚନାଯୋଗ୍ୟ, ଛୋଟା ରାଜନ ବିଦେଶରେ ରହୁଥିବାବେଳେ ତାଙ୍କ ଗ୍ୟାଙ୍ଗ ଚଳାଉଥିଲେ, କିନ୍ତୁ ତାଙ୍କୁ ୨୦୧୫ରେ ଇଣ୍ଡୋନେସିଆରୁ ଗିରଫ କରାଯାଇଥିଲା ଏବଂ ଅକ୍ଟୋବର ୨୦୧୫ରେ ସେଠାରୁ ଭାରତକୁ ଅଣାଯାଇଥିଲା। ସେବେଠାରୁ ସେ ନୂଆଦିଲ୍ଲୀର ତିହାରରେ ଦୁଇ ନମ୍ବର ଜେଲରେ ରହିଥିଲେ। ୧୯୯୩ ମସିହାରେ ମୁମ୍ବାଇ ସିରିଏଲ ବିସ୍ଫୋରଣ ପରେ ଦାଉଦ ଇବ୍ରାହିମଙ୍କ ନିକଟରେ ଥିବା ଛୋଟା ରାଜନ ଦାଉଦ ଗ୍ୟାଙ୍ଗରୁ ଅଲଗା ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ପ୍ରିୟଙ୍କା: କହିଲେ ପ୍ରଥମଥର ମୁଁ…

ଥିରୁଭାନନ୍ତପୁରମ୍‌,୨୩।୧୦: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଓ୍ବାୟନାଡରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ତାଙ୍କ ମା’ ସୋନିଆ ଗାନ୍ଧୀ, ଦଳର...

ମହାରାଷ୍ଟ୍ର ନିର୍ବାଚନ ପାଇଁ ଏନସିପି ଜାରି କଲା ପ୍ରାର୍ଥି ତାଲିକା, ବାରାମତିରୁ ଲଢିବେ ଅଜିତ ପାଓ୍ବାର

ମୁମ୍ବାଇ,୨୩।୧୦: ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ବୁଧବାର ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ୩୮ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି।...

ଜେଲରୁ ମୁକୁଳି ୨୧ ଥର ‘ଭାରତ ମାତା କୀ ଜୟ’ କହିଲେ ଯୁବକ: ଜାଣନ୍ତୁ କ’ଣ କରିଥିଲେ ଦୋଷ

ଭୋପାଳ, ୨୩।୧୦:ଭାରତରେ ରହି ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିବା ଫୈଜଲ ନାମକ ଜଣେ ଯୁବକ ମଙ୍ଗଳବାର ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭୋପାଳର ମିସ୍‌ରୌଦ ଥାନାରେ...

ହାସିନାଙ୍କ ପାଇଁ ବାଂଲାଦେଶରେ ପୁଣି ବଢିଲା ଉତ୍ତେଜନା, ବିପଦରେ ରାଷ୍ଟ୍ରପତି ଆସନ!

ଢାକା,୨୩।୧୦: ଶେଖ ହାସିନା ବାଂଲାଦେଶ ଛାଡିଛନ୍ତି। ବର୍ତ୍ତମାନ ସେ ଭାରତରେ ଅଛନ୍ତି। କିନ୍ତୁ ତାଙ୍କ ପାଇଁ ବାଂଲାଦେଶରେ ପୁଣି ଥରେ ଉାତ୍ତଜନା ଦେଖାଦେଇଛି। ସେ ତାଙ୍କ...

ମଦ ଉପରେ ୩୪ ବର୍ଷର ପୁରୁଣା ନିଷ୍ପତ୍ତି ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୧୦: ସୁପ୍ରିମକୋର୍ଟର ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଇଣ୍ଡଷ୍ଟ୍ରିୟାଲ୍‌ ଆଲକହଲ ଉପରେ କେନ୍ଦ୍ରର ଅଧିକାରକୁ ୮:୧ ଅନୁପାତରେ ରଦ୍ଦ କରିଦେଇଛି। ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ବୁଧବାର...

ନଭେମ୍ବର ୪ରେ ଆରମ୍ଭ ହେବ ଜମ୍ମୁ-କଶ୍ମୀର ବିଧାନସଭା ଅଧିବେଶନ, ଭାଜପାକୁ ମିଳିପାରେ ଉପ ବାଚସ୍ପତି ପଦ

ଶ୍ରୀନଗର,୨୩।୧୦: ଜମ୍ମୁ-କଶ୍ମୀର ବିଧାନସଭାର ପ୍ରଥମ ଅଧିବେଶନ ନଭେମ୍ବର ୪ରୁ ଆରମ୍ଭ ହେବ। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ମଙ୍ଗଳବାର ଅଧିବେଶନ ନେଇ ଘୋଷଣା କରିଛନ୍ତି। ଲେଫ୍ଟନାଣ୍ଟ...

ସୁପ୍ରିୟା ସୁଲେଙ୍କ କଟାକ୍ଷ, ଦିଲ୍ଲୀ ଯିବାକୁ ପସନ୍ଦ କରନ୍ତିନି ଅଜିତ…

ମୁମ୍ବାଇ,୨୩।୧୦:ଆଗକୁ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଶାସକ ଦଳ ମହାୟୁତି ଏବଂ ବିରୋଧୀ ମହାବିକାଶ ଅଗାଡି ସିଟ୍‌ ବୁଝାମଣାକୁ...

ବନ୍ଦ ହୋଇଯିବ ସମସ୍ତ ମାଗଣା ସରକାରୀ ଯୋଜନା! ମାଗଣାରେ ମିଳୁଥିବା ରାଶନ ବି….

ନୂଆଦିଲ୍ଲୀ, ୨୩।୧୦: ଦିପାବଳୀ ପୂର୍ବରୁ ସମସ୍ତଙ୍କୁ ଝଟ୍‌କା ଦେବାଭଳି ଖବର ସମସ୍ତଙ୍କୁ ଚିନ୍ତାରେ ପକାଇଛି। ହଁ, ଯଦି ଏହା ଠିକ୍‌ ତେବେ ଶୀଘ୍ର ସମସ୍ତ ମାଗଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri