ନୂଆଦିଲ୍ଲୀ, ୫ା୪ : ଦିଲ୍ଲୀର ଅନ୍ୟତମ ମୋଷ୍ଟ ଓ୍ବାଣ୍ଟେଡ୍ ଗ୍ୟାଙ୍ଗ୍ଷ୍ଟର ଦୀପକ ବକ୍ସରଙ୍କୁ ମେକ୍ସିକୋରେ ଗିରଫ କରାଯାଇଛି ଓ ଆସନ୍ତା ସପ୍ତାହରେ ଭାରତ ଅଣାଯିବ। ଫେଡେରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେଶନ (ଏଫ୍ବିଆଇ) ସହାୟତାରେ ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ବକ୍ସରଙ୍କୁ ଗିରଫ କରିଛି।
ଜାଲ୍ ପାସ୍ପୋର୍ଟ ବଳରେ ସେ ଦେଶ ବାହାରକୁ ପଳାଇଥିଲେ। ଗତବର୍ଷ ଅଗଷ୍ଟରେ ବକ୍ସର ରିଅଲ ଇଷ୍ଟେଟ୍ ବ୍ୟବସାୟୀ ଅମିତ ଗୁପ୍ତାଙ୍କୁ ଗୁଳିକରି ହତ୍ୟା କରିବା ପରେ ଫେରାର ଥିଲେ। ଜାନୁୟାରୀ ୨୯ରେ ସେ କୋଲକାତାରୁ ବିମାନ ଯୋଗେ ମେକ୍ସିକୋ ଚାଲିଯାଇଥିଲେ।