ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ ହେବାକୁ ଥିବା ଦଶାହ ଏବଂ ଏକାଦଶ କର୍ମରେ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ଭ୍ରାତା ଯୋଗଦେବା ନେଇ କଟକ ଜିଲା ଓ ଦୌରାଜଜ ଅନୁମତି ପ୍ରଦାନ କରିଛନ୍ତି। ଧଳସାମନ୍ତଭ୍ରାତା ପୋଲିସର କଡ଼ା ହେପାଜତରେ ଉକ୍ତ ଦୁଇ ଦିନ ତାଙ୍କ ବାସଭବନରେ ରହି ବାପାଙ୍କ ଶୁଦ୍ଧି କ୍ରିୟା ସମ୍ପନ୍ନ କରିବେ ବୋଲି ଅଦାଲତ ଆଦେଶ ଦେଇଛନ୍ତି।
ସୂଚନା ଯୋଗ୍ୟ, ସିଡିଏ ଅଞ୍ଚଳରେ ରହୁଥିବା ଧଳସାମନ୍ତ ଭ୍ରାତାଙ୍କ ପିତା ସରୋଜ କୁମାର ଧଳସାମନ୍ତ(୭୧)ଙ୍କ ଗତ ୨୦ ତାରିଖରେ ପରଲୋକ ଘଟିଥିଲା। ଏନେଇ ସୂଚନା ପାଇବା ପରେ ଧଳସାମନ୍ତ ଭ୍ରାତା ଅଦାଲତଙ୍କ ଅନୁମତି ନେଇ ବାପାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହୋଇଥିଲେ। କଡ଼ା ସୁରକ୍ଷା ବଳୟରେ ଉଭୟଙ୍କୁ ଜେଲରୁ ଅଣାଯାଇଥିଲା।
ପିତାଙ୍କ ଶେଷକୃତ୍ୟ ସମ୍ପନ୍ନ କରି ଦୁହେଁ ପୁଣି କାରାଗାରକୁ ଫେରିଯାଇଥିଲେ। ତେବେ ଶୁଦ୍ଧିକ୍ରିୟାରେ ସାମିଲ ହେବା ନିମନ୍ତେ ଧଳସାମନ୍ତ ଭ୍ରାତାଙ୍କ ପକ୍ଷରୁ କଟକ ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ଆବେଦନ କରାଯାଇଥିଲା। ଅଦାଲତ ଆବେଦନକୁ ଗ୍ରହଣ କରି ୨ ଦିନ ପୋଲିସ ହେପାଜତରେ ରହି ଦଶାହ ଓ ଏକାଦଶାହ କର୍ମ ସମ୍ପନ୍ନ କରିବା ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ କେମିତି ସୁସ୍ଥ ରହିବ କିଡ୍‌ନୀ

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

Pahalgam Attack: କ୍ୟାମେରା ଲୁଚାଇ ରଖି ପହଲଗାମ ନରସଂହାରର ରେକର୍ଡିଂ କରୁଥିଲେ ଆତଙ୍କବାଦୀ, NIA ଦେଲା ବଡ ତଥ୍ୟ

ଜମ୍ମୁ,୨୮।୪: ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଗଣହତ୍ୟାର ତଦନ୍ତ ପାଇଁ NIA ଏକ ମାମଲା ପଞ୍ଜିକୃତ କରିଛି। ଏବେ ଅନେକ ଟିମ୍‌ ଏହି...

ଓଏଚ୍‌ଆର୍‌ସିରେ ବ୍ୟକ୍ତିଗତ ହାଜର ପାଇଁ ବିଏମ୍‌ସି କମିଶନରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮ା୪ (ବନ୍ଦନା ସେଠୀ): ଭୁବନେଶ୍ୱର ଓକିଲଙ୍କ ଅସ୍ଥାୟୀ ବୈଠକ ଗୃହ ଭଙ୍ଗା ଘଟଣାରେ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆର୍‌ସି)ରେ ବ୍ୟକ୍ତିଗତ ଭାବେ ହାଜର ହେବେ ବିଏମ୍‌ସି...

ଏଇ ଭାରତରେ

ଖରାଦିନେ ପୋଷାକ ଖଣ୍ଡେ ପିନ୍ଧି ନିତିଦିନିଆ କାମ କରୁଥିବେ, କିଛି ସମୟ ପରେ ଦେହରେ ଆପେଆପେ ଏସିର ଥଣ୍ଡା ପବନ ବାଜିବା ଭଳି ଅନୁଭବ ହେବ।...

ସହସ୍ର ରୂପରେ, ସହସ୍ର କ୍ଷେତ୍ରରେ ମଧୁସୂଦନ

ଉତ୍କଳଗୌରବ ମଧୁସୂଦନ ଏବଂ ଉକତ୍ଳମଣି ଗୋପବନ୍ଧୁ ଉଭୟ ଥିଲେ ସ୍ବତନ୍ତ୍ର ଉକତ୍ଳ ପ୍ରଦେଶ ଗଠନ ପାଇଁ ଉତ୍ସର୍ଗୀକୃତ ପ୍ରାଣ। ଓଡ଼ିଆ ଭାଷା ଅଞ୍ଚଳକୁ ନେଇ ଏକ...

ବିବାହର ୩ ମାସ ପରେ ନବବଧୂଙ୍କ ମୃତ୍ୟୁ: ଯୌତୁକ ପାଇଁ ହତ୍ୟା ଅଭିଯୋଗ

ପଟ୍ଟାମୁଣ୍ଡାଇ, ୨୮ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ମାଟିଆ ଗ୍ରାମରେ ଅଧିକ ଯୌତୁକ ପାଇଁ ଶନିବାର ଜନୈକା ବଧୂଙ୍କୁ ହତ୍ୟା...

ପୋକା ପନିପରିବା ଓ କୀଟନାଶକ

ପାଠକ ବନ୍ଧୁ ! ବର୍ତ୍ତମାନ ପନିପରିବାରେ ମାତ୍ରାଧିକ କୀଟନାଶକ ପ୍ରୟୋଗ ଆମ ସମସ୍ତଙ୍କ ସାସ୍ଥ୍ୟକୁ ନଷ୍ଟ କରିବାରେ ଲାଗିଛି। କୀଟନାଶକ ପ୍ରୟୋଗ ହୋଇ ନ ଥିବା...

ଭେଙ୍କୁଭରରେ କାର୍‌ ମଡ଼ାଇ ୧୧ ଜଣଙ୍କୁ ହତ୍ୟା

ଭେଙ୍କୁଭର,୨୮ା୪: କାନାଡାର ବ୍ରିଟିଶ୍‌ କଲମ୍ବିଆସ୍ଥିତ ଭେଙ୍କୁଭରରେ ଶନିବାର ଲାପୁ-ଲାପୁ ଷ୍ଟ୍ରିଟ୍‌ ଫେଷ୍ଟିଭାଲ ବେଳେ ଭିଡ଼ ଉପରକୁ ଜଣେ ବ୍ୟକ୍ତି ଦ୍ରୁତଗତିରେ କାର୍‌ ଚଢ଼ାଇ ଦେଇଛନ୍ତି। ଏଥିରେ ୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image