ଗ୍ୟାଙ୍ଗଷ୍ଟର ହାଇଦରଙ୍କୁ କରୋନା: ରିମାଣ୍ଡ ସ୍ଥଗିତ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ୧୨୦ ଘଣ୍ଟା ଘରେ ତେଲେଙ୍ଗାନାରୁ ଗିରଫ ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେଖ ହାଇଦରଙ୍କୁ କରୋନା। ଆରଟି-ପିସିଆର ଟେଷ୍ଟ ପରେ ଶନିବାର ତାଙ୍କର ରିପୋର୍ଟ ପଜିଟିଭ ଆସିଛିି। ଏହାପରେ ହାଇଦରଙ୍କୁୁ ଚୌଦ୍ୱାର ଜେଲ୍‌ରେ ଆଇସୋଲେଶନ ୱାର୍ଡରେ ରଖାଯାଇଛି ବୋଲି କଟକ ଡିସିପି ସୂଚନା ଦେଇଛନ୍ତି। ସେହିପରି ତାଙ୍କୁ ଗିରଫ କରିଥିବା ଆଇଆଇସି ରଶ୍ମୀ ମହାପାତ୍ରଙ୍କ ସମେତ ଆଉ କିଛି ପୋଲିସ କର୍ମଚାରୀ ମଧ୍ୟ ଆେଇଶୋଲେଶନ୍‌ରେ ରହିଛନ୍ତି। ଅପରପକ୍ଷେ ହାଇଦର ପଜିଟିଭ ଚିହ୍ନଟ ହେବାରୁ ରିମାଣ୍ଡ ସ୍ଥଗିତ ହୋଇଛି। ଶନିବାରଠାରୁ ୭ ଦିନିଆ ରିମାଣ୍ଡରେ ଯାଇଥାନ୍ତେ ଗ୍ୟାଙ୍ଗଷ୍ଟର ହାଇଦର। କଟକ ସିଟି ଜେଏମ୍‌ଏଫ୍‌ସି କୋର୍ଟ ୭ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ।

 

Share