Categories: ଜାତୀୟ

ହସ୍ପିଟାଲରେ ଭର୍ତ୍ତି ହେଲେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ

ଚଣ୍ଡିଗଡ,୧୧।୭: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସୋମବାର ବିଳମ୍ବିତ ରାତିରେ ବଠିଣ୍ଡା ଜେଲରୁ ଫରିଦକୋଟସ୍ଥିତ ଗୁରୁ ଗୋବିନ୍ଦ ସିଂ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବିଷ୍ଣୋଇଙ୍କ ପେଟରେ ଇନଫେକ୍ସନ ହୋଇଯାଇଥିବା ଜଣାପଡିଛି। ଲରେନ୍ସ ବିଷ୍ଣୋଇ ଓକିଲ ଦାବି କରିଛନ୍ତି ଯେ,ବିଷ୍ଣୋଇଙ୍କର ଦେହରେ ଜ୍ୱର ମଧ୍ୟ ଅଛି।

ଓକିଲଙ୍କ ଅନୁଯାୟୀ, ଜୁଲାଇ ୪ ତାରିଖରୁ ବିଷ୍ଣୋଇ ଶ୍ରାବଣ ଉପବାସରେ ଥିଲେ। ଯେଉଁଥିପାଇଁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ପୋଲିସ କଡ଼ା ସୁରକ୍ଷାରେ ଗ୍ୟାଙ୍ଗଷ୍ଟରଙ୍କୁ ଜେଲରୁ ଡାକ୍ତରଖାନା ନିଆଯାଇଥିଲା। ସୂଚନା ଅନୁଯାୟୀ, ବର୍ତ୍ତମାନ ଡାକ୍ତରମାନେ ସ୍ବତନ୍ତ୍ର ୱାର୍ଡରେ ନଜର ରଖିଛନ୍ତି।

Share