Categories: ଜାତୀୟ

୮ଦିନିଆ ରିମାଣ୍ଡରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ

ଚଣ୍ଡିଗଡ଼,୨୮।୬: ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ମଙ୍ଗଳବାର ଅମୃତଶର କୋର୍ଟରେ ହାଜର କରାଯାଇଥିଲା। କୌଣସି ଅପ୍ରିତିକର ପରିସ୍ଥିତି ଯେପରି ନ ଉପୁଜେ ସେଥିପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବଳୟରେ ବିଷ୍ଣୋଇଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଏହି ମାମଲା ଆବେଦନର ଶୁଣାଣି କରି ତାଙ୍କୁ ୮ଦିନିଆ ରିମାଣ୍ଡରେ ପଠାଇଦେଇଛନ୍ତି। ଜୁଲାଇ ୬ପର୍ଯ୍ୟନ୍ତ କୋର୍ଟ ତାଙ୍କୁ ରିମାଣ୍ଡରେ ପଠାଇଥିବା ଜଣାପଡ଼ିଛି। ଅମୃତଶର ଏସିପି ପାଲବିନ୍ଦର ସିଂ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗ୍ୟାଙ୍ଗଷ୍ଟର ରାଣା କାନ୍ଧୋୱାଲିଆ ହତ୍ୟାକାଣ୍ଡ ମାମଲାର ପଚରାଉଚରା କରିବା ପାଇଁ ଅମୃତଶର ପୋଲିସ ସୋମବାର-ମଙ୍ଗଳବାର ମଧ୍ୟରାତ୍ରିରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଅମୃତଶରକୁ ଆଣିଥିଲା। ଅମୃତଶର ପୋଲିସ ବିଷ୍ଣୋଇଙ୍କୁ ମନସାରୁ ଦିନିକିଆ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଥିଲା। ମଙ୍ଗଳବାର ସକାଳେ କଡ଼ା ସୁରକ୍ଷା ବଳୟରେ କୋର୍ଟରେ ହାଜର କରାଯିବା ପରେ ତାଙ୍କୁୁ ୮ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ଗ୍ୟାଙ୍ଗଷ୍ଟର ବିଷ୍ଣୋଇଙ୍କୁ ଷ୍ଟେଟ ସ୍ପେଶାଲ ଅପରେଶନ ସେଲ୍‌ରେ ରଖାଯାଇଛି। କୋର୍ଟରେ ହାଜର କରିବା ପାଇଁ ତାଙ୍କୁ ସେଠାରୁ ଏକ ବୁଲେଟ ପ୍ରୁଫ୍‌ ଗାଡିରେ ନିଆଯାଇଥିଲା।

Share