Advertisement

ଗୁରଗାଓଁରେ ମଡେଲଙ୍କୁ ହତ୍ୟା କରି ମୃତଦେହ ସାଙ୍ଗରେ ନେଇଗଲେ ଅଭିଯୁକ୍ତ, ଥିଲେ ଗ୍ୟାଙ୍ଗଷ୍ଟରଙ୍କ ପ୍ରେମିକା

ନୂଆଦିଲ୍ଲୀ,୩।୧: ଗୁରଗାଓଁରେ ଜଣେ ମଡେଲଙ୍କୁ ହତ୍ୟା କରି ବିଏମ୍‌ଡବ୍ଲ୍ୟୁ କାର୍‌ରେ ମୃତଦେହକୁ ନେଇଯାଇଛନ୍ତି ଅଭିଯୁକ୍ତ। ମୃତକ ହେଲେ ମୋଷ୍ଟ ଓ୍ବାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଡୋଲୀଙ୍କ ପ୍ରେମିକା ଦିବ୍ୟା ପାହୁଜା। ତେବେ ୨୦୧୬ରେ ମୁମ୍ବାଇର ହୋଟେଲରେ ପୋଲିସ ସହ ମୁହାଁମୁହିଁରେ ସନ୍ଦୀପଙ୍କ ମୃତ୍ୟୁ ଘଟିଥିଲା। ଏହି ହତ୍ୟାକାଣ୍ଡରେ ଦିବ୍ୟା ମୁଖ୍ୟ ଅଭିଯୁକ୍ତ ଥିଲେ। ଦୀର୍ଘ ୭ ବର୍ଷ ଧରି ସେ ଜେଲରେ ବନ୍ଦ ରହିବା ପରେ ଚଳିତ ବର୍ଷ ଜୁଲାଇରେ ଜାମିନରେ ମୁକୁଳିଥିଲେ। ଏବେ ତାଙ୍କୁ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୋଲିସ ଆକ୍ସନ ମୁଡ୍‌କୁ ଆସିଛି।

ସୂଚନାନୁଯାୟୀ, ଜାନୁଆରୀ ୨ ବିଳମ୍ବିତ ରାତିରେ ସେକ୍ଟର ୧୪ ଥାନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିଲେ ହେଁ ପୋଲିସକୁ ଏଯାବତ ଦିବ୍ୟାଙ୍କ ମୃତଦେହ ମିଳିନାହିଁ। ସେ ଦିଲ୍ଲୀର ବ୍ୟବସାୟୀ ଅଭିଜିତ୍‌ ସିଂଙ୍କ ସହ ଏକ ହୋଟେଲ୍‌କୁ ବୁଲିବାକୁ ଆସିଥିଲେ। ଏଣୁ ପରିବାରଲୋକେ ଅଭିଜିତ୍‌ଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପୋଲିସ ହୋଟେଲର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପରେ ହତ୍ୟାକାଣ୍ଡ ନେଇ ଅନେକ ସୁରାକ ମିଳିଛି। ତେବେ ଅଭିଯୁକ୍ତଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share