ଲକ୍ଷ୍ନୌ,୮।୬: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ସଞ୍ଜିବ ଜିଭାଙ୍କର ହତ୍ୟା ପରେ ଏବେ ପୋଲିସ ସବୁ ଆଙ୍ଗଲରୁ ଯାଞ୍ଚ କରୁଛି। ଲକ୍ଷ୍ନୌ କୋର୍ଟ ପରିସର ମଧ୍ୟରେ ସଞ୍ଜିିବ ଜଭାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ବିଳମ୍ବିତ ରାତିରେ ଗ୍ୟାଙ୍ଗଷ୍ଟରଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଏହାର ସମ୍ପୂର୍ଣ୍ଣ ଭିଡିଓଗ୍ରାଫି ବି ହୋଇଛି। ଡାକ୍ତରଙ୍କ ଏକ ପ୍ୟାନେଲ ଜିଭାଙ୍କ ପୋଷ୍ଟମର୍ଟମ କରାଇଛନ୍ତି। ଏହି ଆକ୍ରମଣରେ ଜଭାଙ୍କ ଦେହରେ ୬ଟି ଗୁଳି ବାଜିଥିବା ଜଣାପଡିଛି। ପୋଷ୍ଟପର୍ଟମର ପ୍ରଥମ ରିପୋର୍ଟରୁ ଜଣାପଡିଛି କି ୬ଟି ଯାକ ଗୁଳି ଜିଭାଙ୍କ ଶରୀର ଭେଦ କରି ବାହାରି ଯାଇଛି। ସମସ୍ତ ଗୁଳି ବାମ ପଟ ପିଠିକୁ ମରାଯାଇଥିବା ବେଳେ ଏହା ଛାତି ଓ ପେଟ ଦେଇ ବାହାରି ଯାଇଛି। ।