ନୂଆଦିଲ୍ଲୀ,୨।୫: ଦିଲ୍ଲୀର ରୋହିଣୀ କୋର୍ଟରେ ଗୁଳିମାଡ଼ ଘଟଣାରେ ତିହାର ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଟିଲୁ ତାଜପୂରିୟା ଓରଫ ସୁନୀଲ ମାନକୁ ମଙ୍ଗଳବାର ସକାଳେ ହତ୍ୟା କରାଯାଇଛି। ସୂଚନାଯୋଗ୍ୟ, ଜେଲ ଭିତରେ ଥିବା ଟିଲୁଙ୍କ ବିପକ୍ଷ ଗୋଷ୍ଠୀର ସଦସ୍ୟମାନେ ତାଙ୍କୁ ଲୁହା ରଡ୍ରେ ପିଟି ପିଟି ଗୁରୁତର କରିଦେଇଥିଲେ। ଗୁରୁତର ଭାବେ ଟିଲୁଙ୍କୁ ତାଜପୁରିୟାକୁ ଦିନ ଦୟାଲ ଉପାଧ୍ୟାୟ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ମିଳିଥିବା ସୂଚନାନୁଯାୟୀ, ତିହାର ଜେଲରେ ଜେଲରେ ଥିବା ଯୋଗେଶ ଟୁଣ୍ଡା, ସହଯୋଗୀ ଦୀପକ ତୀତାର, ରିୟାଜ ଖାନ ଓ ରାଜେଶ ଟିଲୁଙ୍କୁ ମଙ୍ଗଳବାର ସକାଳେ ଆକ୍ରମଣ କରିଥିଲେ। ଏଥିରେ ଟିଲୁ ସମେତ ରାଜେଶ ନାମକ କଏଦୀ ଗୁରୁତର ଆହତ ହୋଇଥିଲେ। ଜେଲ ପ୍ରଶାସନ ଉଭୟଙ୍କୁ ଚିକିତ୍ସା ପାଇଁ ଦିନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହି ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ମାତ୍ରେ ତିହାର ଜେଲ ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।