Categories: ଜାତୀୟ

ତିହାର ଜେଲରୁ ମିଳିଲା ମୋଷ୍ଟ ଓ୍ବାଣ୍ଟେଡ୍‌ ଅପରାଧୀର ମୃତଦେହ

ନୂଆଦିଲ୍ଲୀ,୪।୮: ଦିଲ୍ଲୀର ତିହାର ଜେଲର ଏକ ସେଲରୁ ମିଳିଛି ଜଣେ ଗ୍ୟାଙ୍ଗଷ୍ଟରର ମୃତଦେହ। ବୁଧବାର ସକାଳେ ଜେଲର ୩ ନଂ ସେଲରେ ଅଙ୍କିତ ଗୁଜରଙ୍କ ମୃତଦେହ ଠାବ କରିଥିଲେ ଜେଲ ଅଧିକାରୀ। ଉତ୍ତର ପ୍ରଦେଶର ମୋଷ୍ଟ ଓ୍ବାଣ୍ଡେଡ୍‌ ଅପରାଧୀ ତାଲିକାରେ ଥିଲା ତାଙ୍କ ନାମ। ଏପରି କି ତାଙ୍କ ମୁଣ୍ଡ ଉପରେ ୧.୨୫ ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲା ୟୁପି ପୋଲିସ। ସେ ୮ଟି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲେ। ତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା।

କଡ଼ା ସୁରକ୍ଷାରେ ତିହାର ଜେଲରେ ରହି ସେ ଚୌଧାରୀ-ଗୁଜର ଗ୍ୟାଙ୍ଗ ଗଢ଼ିଥିଲେ। ତାଙ୍କ ସହ ରୋହିତ ଚୌଧାରୀ ଏହି ଗ୍ୟାଙ୍ଗରେ ସାମିଲ ଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଗୁଜର ଦକ୍ଷିଣ ଦିଲ୍ଲୀରେ ତା’ର ସାମ୍ରାଜ୍ୟ ବଢ଼ାଇବାକୁ ଚାହୁଁଥିଲେ।

ଉତ୍ତର ପ୍ରଦେଶର ବାଘପତ ଜିଲାର ଚାନ୍ଦିନଗର ଗାଁରେ ସ୍ଥାନୀୟ ନିର୍ବାଚନ ଲଢ଼ୁଥିବା ଜଣେ ପ୍ରାର୍ଥୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଆଉ ଗାଁରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବା ପାଇଁ ଧମକପୂର୍ଣ୍ଣ ପୋଷ୍ଟର ଲଗାଇଥିଲା ଗୁଜର।

Share