ଏକଦା ମଇଁଷି ଭଳି ଦେଖାଯାଉଛ କହି ଚିଡାଉଥିଲେ ଲୋକେ: ଏବେ ତନୁପାତେଳୀ ଲୁକ୍‌ରେ ସମସ୍ତଙ୍କୁ ଚକିତ କରୁଛନ୍ତି ‘ଗଙ୍ଗୁବାଈ’

ବମ୍ବେ: ଟେଲିଭିଜନ ଜଗତରେ କମେଡିୟାନ୍‌ ସଲୋନୀ ‘ଗଙ୍ଗୁବାଇ’ ନାମରେ ଅଧିକ ଲୋକପ୍ରିୟ। ‘ଛୋଟେ ମିୟା’ ଶୋ’ ଜରିଆରେ ସଲୋନୀ ପ୍ରଶଂସକଙ୍କ ଭରପୂର ମନୋରଞ୍ଜନ କରିଥିଲେ। ଇତି ମଧ୍ୟରେ ଅନେକ ବର୍ଷ ବିତିଯାଇଥିବା ବେଳେ ସଲୋନୀଙ୍କୁ ଏବେ ଦେଖିଲେ ଚିହ୍ନିବା ମୁସ୍କିଲ ହେବ। ସେତେବେଳର କ୍ୟୁଟ୍‌ ଦିଶୁଥିବା କୁନି ଝିଅ ଏବେ ବେଶ୍‌ ସୁନ୍ଦର ଲାଗୁଛନ୍ତି। ଏଥିପାଇଁ ତାଙ୍କୁ ବହୁତ ପରିଶ୍ରମ ମଧ୍ୟ କରିବାକୁ ପଡ଼ିଛି।

ପ୍ରଥମେ ସଲୋନୀ ମୋଟି ଥିଲେ। ଲୋକମାନେ ତାଙ୍କୁ କଟୁ ମନ୍ତବ୍ୟ ଦେଉଥିଲେ। ମଇଁଷି ଭଳି ଦେଖାଯାଉଛ, କେତେ ମୋଟି ତୁମେ, କେତେ ଖାଇବ ଭଳି କଥା ତାଙ୍କୁ ଶୁଣିବାକୁ ମିଳୁଥିଲା। ଏଣୁ ସେ ଓଜନ କମାଇବାକୁ ନିଷ୍ପତ୍ତି ନେଇଥିଲେ। ଶେଷରେ ସେ ସଫଳ ହୋଇଥିଲେ ମଧ୍ୟ। ନିଜର ୮୦ କିଲୋ ଓଜନ କମାଇ ସେ ଏବେ ତନୁ ପାତେଳୀ ତରୁଣୀ ପାଲଟିଛନ୍ତି।

ସଲୋନୀଙ୍କ କ୍ୟାରିୟରକୁ ଯଦି ଦେଖାଯାଏ ତେବେ ସେ ଅନେକ ଶୋ’ ଏବଂ ଧାରାବାହିକରେ କାମ କରିଛନ୍ତି। କମେଡି ସର୍କସ ମହାସଂଗ୍ରାମରେ ସେ ଡେବ୍ୟୁ କରିଥିଲେ। ଏହାପରେ ତାଙ୍କ ଲୋକପ୍ରିୟତା ବଢ଼ିଥିଲା। ସେ ବଡେ ଭୟା କି ଦୁଲହନିୟା ଏବଂ ନୋ ପ୍ରୋବ୍ଲେମ୍‌ ଫିଲ୍ମରେ କାମ କରିଛନ୍ତି।

Share