ଶହେ କୋଟି କ୍ଲବରେ ‘ଗଙ୍ଗୁବାଇ’

ମୁମ୍ବାଇ: ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ଦର୍ଶକଙ୍କ ମନକୁ ବେଶ ଛୁଇଁ ପାରିଛି । ରିଲିଜର ପ୍ରଥମ ଦିନ ଧମାକାଦାର କଲେକ୍ସନ୍ କରିବା ପରେ ଏବେ ଏହାକୁ ଭଲ ରେସପନ୍ସ ମିଳୁଛି । ସପ୍ତାହରୁ ଅଧିକ ସମୟ ହେବ ଫିଲ୍ମଟି ରିଲିଜ୍ ହୋଇଥିବା ବେଳେ ଏବେବି ଦର୍ଶକେ ଏହାକୁ ପସନ୍ଦ କରୁଛନ୍ତି । ସପ୍ତାହକ ମଧ୍ୟରେ ଫିଲ୍ମଟି ୬୦ କୋଟିରୁ ଅଧିକ କଲେକ୍ସନ କରି ସାରିଛି । ଏହା ଖୁବଶୀଘ୍ର ୧୦୦ କୋଟି କ୍ଲବରେ ପହଞ୍ଚିବାର ଅନୁମାନ କରାଯାଇଛି । ଓପନିଂ ଡେ’ରେ ମୁଭି ୧୦ କୋଟି ୫୦ ଲକ୍ଷ ଟଙ୍କା ଆୟ କରିଥିବା ବେଳେ ଶନିବାର ଏହା ୧୩ କୋଟି ୩୨ଲକ୍ଷ ଟଙ୍କା ଆୟ କରିଥିଲା । ସେହିପରି ରବିବାର୧୫ କୋଟି ୩୦ ଲକ୍ଷ, ସୋମବାର ୮କୋଟି ୧୯ ଲକ୍ଷ, ମଙ୍ଗଳବାର ୧୦ କୋଟି ଏକ ଲକ୍ଷ ଓ ବୁଧବାର ୬ କୋଟି ୨୧ ଲକ୍ଷ ଆୟ କରି ସାରିଛି । ଏବେ ଫିଲ୍ମଟି ପାଖାପାଖି ୭୦ କୋଟି ଟଙ୍କା ଆୟ କରିଥିବା ସୂଚନା ରହିଛି । ତେବେ ସଞ୍ଜୟ ଲିଲା ଭଂସାଲିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ମୁଭି ବିଦେଶରେ ବି ଭଲ ଆୟ କରିଛି । ‘ଗଙ୍ଗୁବାଇ କାଠିଆୱାଡି’ ୱାର୍ଲଡ ୱାଇଡ ୧୦୮.୩ କୋଟି ଟଙ୍କା ଆୟ କରିଥିବା ସୂଚନା ରହିଛି । ଭଂସାଲିଙ୍କ ପ୍ରଡକ୍ସନ ହାଉସ ଏ ସମ୍ପର୍କରେ ପୋଷ୍ଟ କରି ସୂଚନା ଦେଇଛି । ଫିଲ୍ମକୁ ଏତେ ଭଲପାଇବା ଦେଇଥିବାରୁ ଧନ୍ୟବାଦ ।

Share