ରିଲିଜ୍‌ ହେଲା ‘ଫିଲ୍ମ ଗଙ୍ଗୁବାଇ କାଠିୟାଓ୍ବାଡି’ର ଆଉ ଏକ ଗୀତ

ମୁମ୍ବାଇ: ଫିଲ୍ମ ‘ଗଙ୍ଗୁବାଇ କାଠିୟାଓ୍ବାଡି’ ଆସନ୍ତା ୨୫ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ତେବେ ଏହି ଫିଲ୍ମର ଗୋଟିଏ ପରେ ଗୋଟିଏ ଗୀତ ରିଲିଜ୍‌ ହେଉଛି। ସେହିପରି ନିକଟରେ ଫିଲ୍ମର ଆଉ ଏକ ଗୀତ ‘ମେରି ଜାନ୍‌ ’ ରିଲିଜ୍‌ ହୋଇଯାଇଛି। ପୂର୍ବରୁ ରିଲିଜ୍‌ ହୋଇଥିବା ଗୀତ ‘ଢୋଲିଡା’ ଏବଂ ‘ଜବ୍‌ ସଇଁୟା’କୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ତେବେ ଏହାର ତୃତୀୟ ଗୀତ ରିଲିଜ୍‌ ହେବା ପରେ ଦର୍ଶକ ଏହାକୁ ପସନ୍ଦ କରିବେ ବୋଲି ଆଶା କରାଯାଉଛି। ଏହି ଗୀତରେ ଆଲିଆ ଶାନ୍ତନୁ ମାହେଶ୍ୱରୀଙ୍କ ସହ ଅନ୍ତରଙ୍ଗ ହେଉଥିବା ଦେଖିବାକୁ ମିଳିଛି।

Share