ଅଭିଯୋଗ ଆଣିଲେ ଗଙ୍ଗୁବାଈଙ୍କ ପୁଅ

ମୁମ୍ବାଇ୧୬।୨: ଫେବୃଆରୀ ୨୫ରେ ରିଲିଜ ହେବାକୁ ଥିବ ବଲିଉଡ୍‌ ଚଳଚ୍ଚିତ୍ର ଗଙ୍ଗୁବାଈ କାଥିଆଓ୍ବାଡି ବିରୋଧରେ ଅଭିଯୋଗ ଆଣିଛନ୍ତି ଗଙ୍ଗୁବାଈଙ୍କ ପୁଅ ବାବୁ ରାଓଜୀ ଶାହା। ଗଙ୍ଗବାଈଙ୍କ ଭଳି ଜଣେ ସମାଜସେବୀଙ୍କୁ ଫିଲ୍ମରେ ଦେହଜୀବୀ ଦର୍ଶାଯାଇଥିବାରୁ ସେ ଆପତ୍ତି ଉଠାଇଛନ୍ତି। ଏ ନେଇ ମୁମ୍ବାଇ କୋର୍ଟ ତରଫରୁ ଫିଲ୍ମର ନିର୍ଦ୍ଦେଶକ ସଂଜୟ ଲିଲା ବଂଶାଳୀ ଏବଂ ଆଲିଆ ଭଟ୍ଟଙ୍କୁ ସମନ ଜାରି କରାଯାଇଥିବାବେଳେ ଫିଲ୍ମ ରିଲିଜ୍‌କୁ ସ୍ଥଗିତ କରିବା ନେଇ କୋର୍ଟ ଅମଙ୍ଗ ହୋଇଛନ୍ତି। ଗଙ୍ଗୁବାଈଙ୍କ ପରିବାରର ଓକିଲ ନରେନ୍ଦ୍ରଙ୍କ କହିବା ମୁତାବକ, ବର୍ତ୍ତମାନ ସୁଦ୍ଧା କୋର୍ଟରେ ମାମଲା ବିଚାରାଧୀନ ଅଛି। ଗଙ୍ଗୁବାଈଙ୍କ ପରିବାର ଫିଲ୍ମ ନେଇ ୨୦୨୦ରୁ ସଂଘର୍ଷ ଆରମ୍ଭ କରିଛି। ଯେତେବେଳେ ଫିଲ୍ମ ପ୍ରୋମୋରେ ଗଙ୍ଗୁବାଈଙ୍କ ଫଟୋ ଦେଖିବାକୁ ମିଳିଥିଲା ସେତେବେଳେ ତାଙ୍କ ପରିବାର ଲୋକଙ୍କ ନଜରରୁ ନିଜକୁ ଲୁଚାଇବା ପାଇଁ ଜାଗା ପରିବର୍ତ୍ତନ କରୁଛନ୍ତି। ଫିଲ୍ମ ତିଆରି ହେବା ପୂର୍ବରୁ କେହି ଆମରି ଅନୁମତି ନେଇ ନ ଥିବା ଗଙ୍ଗୁବାଈଙ୍କ ନାତୁଣୀ ଭାରତୀ କହିଛନ୍ତି।

Share