କୋଲକାତା,୭।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗୁରୁବାର ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ହସ୍ପିଟାଲରୁ ବାହାରକୁ ଆସି ଗାଙ୍ଗୁଲି କହିଛନ୍ତି, ମୁଁ ଏବେ ଠିକ୍ ଅଛି ଏବଂ ଖୁବ୍ଶୀଘ୍ର ଫେରିବି। କୋଲକାତାର ଉଡ୍ଲ୍ୟାଣ୍ଡ୍ ହସ୍ପିଟାଲରେ ଗାଙ୍ଗୁଲିଙ୍କ ଚିକିତ୍ସା ଚାଲିଥିଲା।
ଗତ ଶନିବାର ତାଙ୍କର ହୃଦ୍ଘାତ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ସେ ଘରେ ରହି ସମ୍ପୂର୍ଣ୍ଣ
ଚିକିତ୍ସାରେ ରହିବେ ବୋଲି ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଦେବୀ ସେଟ୍ଟୀ କହିଛନ୍ତି ଯେ, ଗାଙ୍ଗୁଲି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ କହିଛନ୍ତି ଏହା ବଡ଼ ହୃଦଘାତ ନୁହେଁ। ଭବିଷ୍ୟତରେ ତାଙ୍କ ଜୀବନରେ କୌଣସି ପ୍ରଭାବ ପକାଇବ ନାହିଁ। ସେ ସାଧାରଣ ଜୀବନ ବିତାଇପାରିବେ।