ନୂଆଦିଲ୍ଲୀ,୯।୭: ୫ ଅକ୍ଟୋବରରୁ ଭାରତରେ ବିଶ୍ୱକପ ୨୦୨୩ ଆରମ୍ଭ ହେବ। ଏଥିପାଇଁ ପୁରା କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଛି। ଦିନିକିଆ ବିଶ୍ୱକପର ଏହା ୧୩ତମ ସିଜନ ହେବ। ଏହାପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି ଭବିଷ୍ୟବାଣୀ କରିଛନ୍ତି। ସେ ମଧ୍ୟ ୪ଟି ସେମିଫାଇନାଲିଷ୍ଟଙ୍କ ନାମ ଘୋଷଣା କରିଛନ୍ତି।
ଗାଙ୍ଗୁଲି କହିଛନ୍ତି, କେଉଁ ୪ଟି ଦଳ ସେମିଫାଇନାଲରେ ପ୍ରବେଶ କରିବେ ତାହା କହିବା କଷ୍ଟକର ହେବ। କିନ୍ତୁ ମୁଁ ଭାବୁଛି ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ ଏଥିରେ ପହଞ୍ଚିବା ପାଇଁ ଦୃଢ ପ୍ରତିଯୋଗୀ ଅଟନ୍ତି। ଆମେ ମଧ୍ୟ ନ୍ୟୁଜିଲାଣ୍ଡକୁ ହାଲୁକା ଭାବେ ଗ୍ରହଣ କରିପାରିବୁ ନାହିଁ। ଏହା ସହିତ ମୁଁ ପାକିସ୍ତାନକୁ ମଧ୍ୟ ବାଛିବି କାରଣ ପାକିସ୍ତାନର ଉନ୍ନତ ପ୍ରଦର୍ଶନ ରହିଛି। ମୁଁ ଆଶା କରୁଛି ଇଡେନ ଗାର୍ଡେନ ଷ୍ଟାଡିୟମରେ ଭାରତ-ପାକିସ୍ତାନ ସେମିଫାଇନାଲ ମ୍ୟାଚ ଦେଖିବାକୁ ମିଳିବ।
ଗାଙ୍ଗୁଲି ଆହୁରି କହିଛନ୍ତି, ମୁଁ ବହୁତ ଖୁସି ଯେ ଇଡେନ ଗାର୍ଡେନ ଷ୍ଟାଡିୟମରେ ମୋଟ ୫ଟି ମ୍ୟାଚ ହେବ। ଏହି ଷ୍ଟାଡିୟମରେ ସେମିଫାଇନାଲ ମଧ୍ୟ ଅନୁଷ୍ଠିତ ହେବ। ଏଥିପାଇଁ ମୁଁ ବିସିସିଆଇ ଏବଂ ଜୟ ଶାହାଙ୍କୁ ବହୁତ କୃତଜ୍ଞ। ଇଡେନ ଗାର୍ଡେନ ହେଉଛି ସବୁଠାରୁ ବଡ ସ୍ଥାନ ଯେଉଁଠାରେ ୬୦ ରୁ ୭୦ ହଜାର ଲୋକ ବସିପାରିବେ। ଆସନ୍ତା ୨ ବର୍ଷ ମଧ୍ୟରେ ଆମେ ଏଠାରେ ୧ ଲକ୍ଷ ଲୋକଙ୍କ ପାଇଁ ବସିବାର ବ୍ୟବସ୍ଥା କରିବୁ।