ଗାଙ୍ଗୁଲୀ ପୁଣି ହସ୍ପିଟାଲରେ ଭର୍ତ୍ତି: ଛାତିରେ ଯନ୍ତ୍ରଣା

କୋଲକାତା, ୨୭।୧: ବିବିସିଆଇ ଅଧ୍ୟକ୍ଷ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କୁ ବୁଧବାର ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ଲାଗି ଆପୋଲୋ ହସସ୍ପିଟାଲ ଭର୍ତ୍ତି କରାଯାଇଛି। ଜାନୁୟାରୀ ୨ରେ ଛାତିରେ ଯନ୍ତ୍ରଣା ଯୋଗୁ ତାଙ୍କୁ ଉଡ୍‌ଲାଣ୍ଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। ଏବେ ପୁଣି ସେପରି ସମସ୍ୟା ସୃଷ୍ଟି ହୋଇଥିବା ତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ କୁହାଯାଇଛି।

Share