ଗାଙ୍ଗୁଲୀଙ୍କୁ ହସ୍ପିଟାଲରୁ ମିଳିବ ଛୁଟି

କୋଲକାତା, ୩୦।୧: ବିସିସିଆଇ ଅଧ୍ୟକ୍ଷ କ୍ରିକେଟର କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କୁ ଖୁବ୍‌ ଶୀଘ୍ର ଆପୋଲ ହସ୍ପିଟାଲରୁ ଛୁଟି ମିଳିବ। ଶନିବାର ଅବା ରବିବାର ଅପରାହ୍ନରେ ସେ ଘରକୁ ଫେରିପାରନ୍ତି ବୋଲି ହସ୍ପିଟାଲ ପକ୍ଷରୁ ପ୍ରକାଶ ପାଇଛି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚିକିତ୍ସା ଲାଗି ଜାନୁୟାରୀ ୨୭ରେ ଆପୋଲୋ ହସସ୍ପିଟାଲ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ୨ଟି ଷ୍ଟେନଟିଂ କରାଯାଇଥିଲା। ଏବେ ଗାଙ୍ଗୁଲୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ତେଣୁ ତାଙ୍କୁ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି। ସେ ଟ୍ରିପୁଲ ଭେସେଲ ଡିଜିଜ୍‌ରେ ପୀଡ଼ିତ। ପୂର୍ବରୁ ଜାନୁୟାରୀ ୨ରେ ଛାତିରେ ଯନ୍ତ୍ରଣା ଯୋଗୁ ତାଙ୍କୁ ଉଡ୍‌ଲାଣ୍ଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହେବା ସହିତ ଗୋଟିଏ ଷ୍ଟେନଟିଂ କରାଯାଇଥିଲା। ୩ଟି ଷ୍ଟେନଟିଂ ପରେ ଏବେ ସେ ସୁସ୍ଥ ଥିବା ପରିବାର ସଦସ୍ୟଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ହସ୍ପିଟାଲରେ ତାଙ୍କୁ ସାକ୍ଷାତ୍‌ କରିବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀପ୍‌ ଧନଖଣ୍ଡ ପହଞ୍ଚିଥିଲେ।

Share