ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଗଞ୍ଜାମ,୨୭।୯(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ଗଞ୍ଜାମ ବ୍ଲକ୍‌ ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା। ସରପଞ୍ଚ ପ୍ରତିନିଧି ଓ ତାଙ୍କର ଜଣେ ସହଯୋଗୀଙ୍କଠାରୁ ଯନ୍ତ୍ରୀ ବିଲ୍‌ କରାଇଦେବାକୁ କହି ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏଡିସିନଲ ଏସ୍‌ପିଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିବା ଜଣାପଡିଛି l ଏଥିସହ ଗଞ୍ଜାମ ବ୍ଲକର ରାମଗଡ଼ ଜିଆରଏସ୍‌ କୈଳାଶ ମହାଙ୍ଗୁଡ଼କୁ ମଧ୍ୟ ଭିଜିଲାନ୍ସ ଟିମ୍‌ ସାଙ୍ଗରେ ନେଇଥିବା ସୂଚନା ମିଳିଛି। ବ୍ରହ୍ମପୁର ଭିଜିଲାନ୍ସର ୮ ଜଣିଆ ଟିମ୍‌ ଏହି ଚଢ଼ାଉରେ ସାମିଲ ଥିଲେ l

Share