ଗଞ୍ଜାମ,୧୧ା୬(ଡି.ଏନ୍.ଏ.): ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ନେଇ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବିଶ୍ୱାଳ ଭୁବନେଶ୍ୱରରେ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା କିପରି ଲୋକାଭିମୁଖୀ ହୋଇପାରିବ ସ୍ବାସ୍ଥ୍ୟ, ଶିକ୍ଷାକ୍ଷେତ୍ରରେ କିପରି ବିକାଶ ହୋଇପାରିବ,ଗମନାଗମନ,ପାନୀୟଜଳ ସହ ସ୍ଥାନୀୟ ଅଞ୍ଚଳର କିପରି ସମାଧାନ ହୋଇ ପାରିବ ସେ ଉପରେ ଧ୍ୟାନ ଦେଇ ଲୋକଙ୍କ ସୁବିଧା ଅସୁବିଧାରେ ସାଥ୍ ଦେବା ପାଇଁ ୫-ଟି ସଚିବ ଜନପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଏକ ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ,ଗଞ୍ଜାମ ବ୍ଲକର ତିନୋଟି ଗ୍ରାମକୁ ବସୁଧା ଯୋଜନାରେ ସାମିଲ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଯୁକ୍ତଦୁଇ ବିଭାଗକୁ ସାମିଲ କରିବା ନେଇ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଦୃଷ୍ଟି ଆକର୍ଷଣ କରିଥିଲେ।