ସିସିଟିଭି ନଜରରେ ଗଞ୍ଜାମ ସହର, ସାବାଡ ହେବେ ଅପରାଧୀ

ଗଞ୍ଜାମ,୫।୮(ବିଦ୍ୟାଧର ସାହୁ )ଗଞ୍ଜାମ ସହରର ବିଭିନ୍ନ ବିଦ୍ୟୁତ ଖୁଣ୍ଟରେ ଲାଗିଲା ସିସିଟିଭି l ଏବେ ସିସିଟିଭି ନଜରରେ ପୁରା ଗଞ୍ଜାମ ସହର l ସାବାଢ ହେବେ ଅପରାଧୀ। ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନିଜସ୍ବ ହାତ ପାଣ୍ଠିରୁ ଛତ୍ରପୁର, ରମ୍ଭା ଓ ଗଞ୍ଜାମ ସହରରେ ସିସିଟିଭି ଲଗାଯାଇଥିବା ଜଣା ପଡିଛି l ଏଣିକି ଅପରାଧୀମାନେ କିଛି ଅପରାଧ କରିବା ପୂର୍ବରୁ ଛନକା ପଶିବ। ଚୋରି କରିବା ପୂର୍ବରୁ ଛାତି ଧଡ ଧଡ ହେବ ଧରା ପଡିଯିବା ଭୟରେ। ସିସିଟିଭି ଲାଗିବା ଦ୍ୱାରା ଚୋରି ଡକାୟତି ମଧ୍ୟ କମିବ l
ସୂଚନାଯୋଗ୍ୟ, ସହରରେ ଚୋରି ଏବଂ ଛିନ୍‌ତାଇ ବଢିବା ପରେ ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, କାଉନସିଲର ପ୍ରତିନିଧି ଅରୁଣ କୁମାର ମହାନ୍ତି ପ୍ରମୁଖ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଗତ ମାସରେ ଦୁବୃର୍ତ୍ତମାନେ ସହରରେ ଥିବା ବିଭିନ୍ନ ମନ୍ଦିରଗୁଡିକୁ ଟାର୍ଗେଟ କରି ଲୁଟ କରିଥିଲେ l

Share