ଗଞ୍ଜାମ,୧୧।୭(ଡି.ଏନ୍.ଏ.) ଗଞ୍ଜାମ ତହସିଲଦାରଙ୍କ କାର୍ଯ୍ୟକୁ ପ୍ରତିବାଦ କରି ସହରବାସୀଙ୍କ ପକ୍ଷରୁ ମଙ୍ଗଳବାର ଗଞ୍ଜାମ ବଜାର ବନ୍ଦ ଡାକରା ଦିଆଯାଇଛି l ହେଲେ ସାନ ବଜାର ବଣିକ ସଙ୍ଘ ବନ୍ଦ ପାଳନରେ ସାମିଲ ହେବ ନାହିଁ। ଏନେଇ ସାନ ବଜାର ବଣିକ ସଭାପତି ସୁଧୀର କୁମାର ପାଢ଼ୀ, ସମ୍ପାଦକ ପ୍ରଭାତ କୁମାର ସାହୁ, କୋଷାଧକ୍ଷ ସନ୍ତୋଷ ଗୌଡ଼ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି l
ସ୍ଥାନୀୟ ଅଞ୍ଚଳର ସାମୁହିକ ବିକାଶ ପାଇଁ ଯେ କୌଣସି ଆନ୍ଦୋଳନକୁ ସଙ୍ଘ ସମର୍ଥନ କରିବ। କିନ୍ତୁ ବ୍ୟକ୍ତିଗତ ମାମଲାରେ ସଙ୍ଘ ହସ୍ତକ୍ଷେପ କରିବ ନାହିଁ ବୋଲି ସାନ ବଜାର ବରିଷ୍ଠ ବ୍ୟବସାୟୀ ପ୍ରଦୀପ ବେହେରା କହିଛନ୍ତି। ପୂଜକ କନ୍ଧ ଶତପଥୀଙ୍କୁ ସହଯୋଗ ପାଇଁ ସଙ୍ଘ ପ୍ରସ୍ତୁତ ଥିବା ସଭାପତି ପାଢ଼ୀ ସୂଚନା ଦେଇଛନ୍ତି l ଅନ୍ୟପକ୍ଷେ ବଡ଼ ବଜାର ବଣିକ ସଙ୍ଘ ପକ୍ଷରୁ କିଛି ବ୍ୟବସାୟୀ ଗଞ୍ଜାମ ବନ୍ଦ ଡାକରାକୁ ନା ପସନ୍ଦ କରିଛନ୍ତି l ଆସନ୍ତା କାଲି ସେ ଦୋକାନ ଖୋଲିବେ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି।