ଗଞ୍ଜାମ ଜିଲାପାଳଙ୍କ ବଡ଼ ଘୋଷଣା: ଆସନ୍ତା ୯ରୁ ସମସ୍ତ ସହରାଞ୍ଚଳ, ୫ ବ୍ଲକ ସଟ୍‌ଡାଉନ୍‌; ଜାଣନ୍ତୁ..

ଛତ୍ରପୁର, ୭।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଜ଼ିଲାର ବିଏମ୍‌ସି ସମେତ ୧୮ ସହରାଞ୍ଚଳ ଏବଂ ସାନଖେମୁଣ୍ଡି, ଶେରଗଡ଼, ପାତ୍ରପୁର, ଧରାକୋଟ, ଜଗନ୍ନାଥପ୍ରସାଦ ବ୍ଲକର ହେଡକ୍ୱାର୍ଟର ଶଟ୍‌ଡାଉନ୍‌ ରହିବ। ଆସନ୍ତା ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ଏହି ଶଟ୍‌ଡାଉନ ରହିବ। ଏହି ସମୟରେ ଘରକୁ ଘର ଯାଇ ସ୍ବାସ୍ଥ୍ୟ ସ୍କ୍ରିନିଂ କରାଯିବ ବୋଲି ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ଅପରାହ୍ନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ସ୍କ୍ରିନିଂ ପାଇଁ ୨୦୦ ଟିମ୍‌ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ଜଣେ ଡାକ୍ତର ଓ ୨ ଜଣ ଅଙ୍ଗନବାଡି କର୍ମୀ ରହିବେ। ଏହି ସମୟରେ ଲୋକେ ଘରେ ରହିବା ଆବଶ୍ୟକ ବୋଲି ମଧ୍ୟ ଜିଲାପାଳ କହିଛନ୍ତି।