ବିଭିନ୍ନ ପ୍ରକଳ୍ପର ଉନ୍ନୟନ କାର୍ଯ୍ୟ ବୁଲି ଦେଖିଲେ ଗଞ୍ଜାମ ଜିଲାପାଳ

ଗଞ୍ଜାମ,୨୮ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ପରିଦର୍ଶନ କରିଥିଲେ l ସେଠାରେ ନୂତନ ଭାବେ ନିର୍ମିତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ଉନ୍ନୟନମୂଳକ କାର୍ଯ୍ୟଶୈଳୀ ଦେଖି ବିଡିଓ ଏବଂ ମନ୍ଦିର ପରିଚାଳନା କମିଟିର ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରାକୃତିକ ପରିବେଶ ଘେରରେ ରହିଥିବା ଏହି ଶୈବପୀଠରେ ଆହୁରି କିପରି ଉନ୍ନୟନ କରାଯାଇ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ।

ଏଥିସହିତ ସମୁଦ୍ର ବେଳାଭୁମି ବୁଲିବା ସହ ଏଠାକାର ପରିବେଶ କିପରି ସ୍ବଚ୍ଛତା ରହିବ ସେ ସମ୍ପର୍କରେ ମନ୍ଦିର ପରିଚାଳନା କମିଟିକୁ ପରାମର୍ଶ ଦେଇଛନ୍ତି ଜିଲାପାଳ। ଏହି ପରିଦର୍ଶନ ବେଳେ ଗଞ୍ଜାମ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ, ପିଇଓ ଦିଲ୍ଲୀପ ନାୟକ,ସମାଜସେବୀ ଶିବାଜୀ ସ୍ବାଇଁ,ସଞ୍ଜୟ ତରାଇ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ। ପରେ ଗଞ୍ଜାମ ସହର ନିକଟସ୍ଥ ଐତିହାସିକ ପୋତାଗଡ଼ ଦୁର୍ଗ ପରିଦର୍ଶନ କରି ତା’ର ଉନ୍ନତିକରଣ
ସମ୍ପର୍କରେ ଆଲୋଚନା କରିଥିଲେ।