ଆମ ହସ୍ପିଟାଲ କାର୍ଯ୍ୟର ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୧୫।୯(ସନ୍ତୋଷ ପାଢୀ): ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶୁକ୍ରବାର ଛତ୍ରପୁର ହସ୍ପିଟାଲ ପରିଦର୍ଶନ କରି ଆମ ହସ୍ପିଟାଲ ଯୋଜନାରେ ଚାଲିଥିବା ୫-ଟି ରୁପାନ୍ତରୀକରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏପରିକି ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଛତ୍ରପୁର ହସ୍ପିଟାଲରେ ଡାଏଲିସିସ ସେଣ୍ଟର ପିପିପି ମୋଡରେ ଖୋଲିବ। ଏଥିପାଇଁ ଜାଗା ଚିହ୍ନଟ ହୋଇଥିବା ଜିଲାପାଳ କହିଛନ୍ତି। ମହାପ୍ରୟାଣ ଆମ୍ବୁଲାନ୍ସର କାର୍ଯ୍ୟକାରୀ ସହ ମୃତଦେହ ବ୍ୟବଚ୍ଛେଦ ଗୃହ ନିର୍ମାଣ ପାଇଁ ପ୍ଲାନିଂ ହୋଇଛି। ଏପରିକି ସ୍ବତନ୍ତ୍ର କ୍ୟାବିନ କାର୍ଯ୍ୟକାରୀ ଉପରେ ଗୁରୁତ୍ୱାରୋପ କରାଯାଇଛି। ହସ୍ପିଟାଲରେ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇଦେବା ସହ ପରିମଳ ଓ ସଫେଇ କାର୍ଯ୍ୟ ଠିକ୍‌ ଭାବେ କରିବାକୁ ଦାୟୀତ୍ୱରେ ଥିବା କାର୍ମଚାରୀଙ୍କୁ କହିଛନ୍ତି। ଛତ୍ରପୁର ହସ୍ପିଟାଲରେ ଡାକ୍ତର ଏବଂ ଅନ୍ୟ ଷ୍ଟାଫର ଅଭାବ କିଭଳି ଦୂର ହେବ ସେନେଇ ଉଦ୍ୟମ କରାଯାଉଥିବା ଜିଲାପାଳ ଗଣମାଧ୍ୟମକୁ କହିଛନ୍ତି।