ସାନିଟାଇଜ୍‌ ହେଲା ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ

ଛତ୍ରପୁର,୨୫ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବରିଷ୍ଠ ଅଫିସରମାନେ ମଧ୍ୟ ସଂକ୍ରମିତ ହେଲେଣି। ୧୦ଦିନ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କୁ ମନା ରହିଛି। ସମସ୍ତ ସରକାରୀ ଅଫିସକୁ ସାନିଟାଇଜ୍‌ କରାଯିବାକୁ ଥିବା ବେଳେ ଗୁରୁବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ପ୍ରକୋଷ୍ଠକୁ ସ୍ଥାନୀୟ ଅଗ୍ନିଶମ କାର୍ଯ୍ୟାଳୟ ପକ୍ଷରୁ ସାନିଟାଇଜ୍‌ କରାଯାଇଛି।