ଗଞ୍ଜାମ ମହାବିଦ୍ୟାଳୟ ନାକ୍‌ ମାନ୍ୟତା ପାଇଁ ଏସ.ଏସ.ଆର୍‌ ଦାଖଲ

ଗଞ୍ଜାମ,୧୫।୮(ବିଦ୍ୟାଧର ସାହୁ): ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ନିମନ୍ତେ ଜନସାଧାରଣଙ୍କ ଦୃଢ଼ଇଛା ଶକ୍ତି, କଠୋର ପରିଶ୍ରମ ଓ ତ୍ୟାଗପୂର୍ଣ୍ଣ ମନୋଭାବ ଯୋଗୁ ଅଗଷ୍ଟ ୭,୧୯୬୯ ମସିହାରେ ଗଢି ଉଠିଥିଲା ଗଞ୍ଜାମ ମହାବିଦ୍ୟାଳୟ l ଶିକ୍ଷାବିତ୍‌ ସମାଜସେବୀ ସ୍ବର୍ଗତ ଅଭିମନ୍ୟୁ ପଟ୍ଟନାୟକ, ବ୍ରଜସୁନ୍ଦର ପଣ୍ଡା, ରଘୁନାଥ ବେହେରାଙ୍କ ତ୍ୟାଗ ଚିରସ୍ମରଣୀୟ। ଏହି ମହାବିଦ୍ୟାଳୟର ପ୍ରଥମ ସଭାପତି ରୂପେ ସ୍ବର୍ଗତ ମହନ୍ତ ରଘୁନାଥ ରାମାନୁଜ ଦାସ, ସମ୍ପାଦକ ସ୍ବର୍ଗତ ନାରାୟଣ ପଣ୍ଡା, ଅଧ୍ୟକ୍ଷ ପ୍ରଫେସର ପ୍ରହଲ୍ଲାଦ ପଣ୍ଡାଙ୍କ ଦାରା ମହାବିଦ୍ୟାଳୟର ଦାୟିତ୍ବ ର୍ନିବାହ କରିଥିଲେ। ଅନେକ ଚେଷ୍ଟା ସତ୍ତ୍ୱେ ନାକ ପ୍ରସ୍ତୁତି ହୋଇପାରି ନ ଥିଲା। କିନ୍ତୁ ୨ ଜୁଲାଇ,୨୦୨୪ରେ ଆଇଆଇକ୍ୟୁଏ ନାକ ୱେବସାଇଟ ଦାରା ଗୃହୀତ ହୋଇଥିଲା। ଆଇଆଇକ୍ୟୁଏ ଗ୍ରହଣ ହେବାର ଠିକ ୪୫ଦିନ ମଧ୍ୟରେ ଏସ.ଏସ.ଆର୍‌ ଉପସ୍ଥାପନ କରିବା ପାଇଁ ନାକର ନିର୍ଦ୍ଦେଶ ଥିଲା। ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ୭ଟି ମାନଦଣ୍ଡକୁ ବିଭିନ୍ନ ଅଧ୍ୟାପକଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲ।
ଅଧ୍ୟାପକମାନଙ୍କୁ ଦିଆଯାଇଥିବା ଦାୟିତ୍ୱ ସୂଚାରୁ ରୂପେ ସଂପାଦନ କରିଥିଲେ। ମହାବିଦ୍ୟାଳୟର ଦୀର୍ଘ ୫୬ ବର୍ଷର ଗଞ୍ଜାମ ମହାବିଦ୍ୟାଳୟ ବିଭିନ୍ନ ଘାତ ପ୍ରତିଘାତକୁ ଅତିକ୍ରମ କରି ନାକ ମାନ୍ୟତା ପାଇବା ନିମନ୍ତେ ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ସୀମାଞ୍ଚଳ ଭୋଳ ଏସ.ଏସ.ଆର୍‌ ନାକ ୱେବସାଇଟରେ ଦାଖଲ କରିଛନ୍ତି।