ଛତ୍ରପୁର,୨୧।୧୧(ସନ୍ତୋଷପାଢ଼ୀ, ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲାକୁ ମରୁଡ଼ି ଘୋଷଣା କରି ସହାୟତା ଦେବା ଲାଗି ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଦାବି ହୋଇଛି। ଏ ନେଇ ଜ଼ିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲାରେ ୭୫ ଭାଗ ବାସିନ୍ଦା କୃଷି ଉପରେ ନିର୍ଭର କରି ନିଜର ପରିବାର ପୋଷନ୍ତି। ଚଳିତ ବର୍ଷ ବର୍ଷା ଅଭାବରୁ ଅଧିକାଂଶ ବ୍ଲକରେ ମରୁଡ଼ି ହୋଇଛି । ଏଣୁ ମରୁଡ଼ି କ୍ଷତିଗ୍ରସ୍ତ ଅଞ୍ଚଳକୁ ଚିହ୍ନଟ, ମରୁଡ଼ି ଘୋଷଣା, କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ, କୃଷି ଋଣ ଛାଡ଼, ଓ ବଦ୍ୟୁତ୍ କର ଛାଡ଼ କରଯାଉ ବୋଲି ଦାବି ହୋଇଛି। ଜଲାରେ ମାତ୍ର ୫୦ ଭାଗ ଜମିକୁ ଜଳସେଚନର ସୁବିଧା ଥିବାରୁ ଦୋ ଫସଲି ଚାଷ ହୋଇପାରୁନାହିଁ । ଏଣୁ ଜଳସେଚନ ଉନ୍ନୟନ ପରିଷଦ ଜଳସେଚନ ମିଶନ ଗଠନ କରି ସବୁ ଚାଷ ଜମିକୁ ଜଳସେଚନର ସୁବିଧା କଲେ ଜିଲା ଦାଦନ ମୁକ୍ତ ହୋଇପାରିବ ବୋଲି କୁହାଯାଇଛି ।