ଗଞ୍ଜାମ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ, କୃଷକ ଉତ୍ପାଦକ ସଂଘକୁ ଶକ୍ତିଶାଳୀ କରିବା ଯୋଜନା 

ଭଞ୍ଜନଗର,୨୦।୩(ବାବୁଲା ପ୍ରଧାନ)-କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ-୧( ଭଞ୍ଜନଗର ) ତରଫରୁ କୃଷକ ଉତ୍ପାଦକ ସଙ୍ଗଠନକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାସ୍ତରୀୟ ବୈଠକ ଗୁରୁବାର ଜଗନ୍ନାଥପ୍ରସାଦ ବ୍ଲକ ରାଜନପଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ନାବାର୍ଡ ଡିଡିଏମ୍‌ ସଞ୍ଜିବ  ମିଶ୍ର  ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ନାବାର୍ଡ କୃଷକ ଉତ୍ପାଦକ ସଙ୍ଗଠନକୁ କିପରି ସହାୟତା କରିପାରିବ ଓ ସଙ୍ଗଠନ କିପରି ସହଜରେ ସମସ୍ତଙ୍କ ପାଖରେ ପହଞ୍ଚି ପାରିବେ ସେ ବିଷୟରେ ଡିଡିଏମ୍‌ ମିଶ୍ର କହିଥିଲେ। ସମ୍ମାନୀତ ଅତିଥି ଭାବେ ଇତିଶ୍ରୀ ପ୍ରିୟଦର୍ଶିନୀ ଉପଉଦ୍ୟାନ ନିର୍ଦ୍ଦେଶକ, ଭଞ୍ଜନଗର ଯୋଗଦେଇ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କ ରେ ଆଲୋଚନା କହିଥିଲେ। ଜଗନ୍ନାଥପ୍ରସାଦ ବ୍ଲକ  ସହକାରୀ କୃଷି ଅଧିକାରୀ ଦିବ୍ୟ ଚେତନା ଏଥିରେ ଯୋଗଦେଇ ଚାଷୀ କିଭଳି କୃଷି ଉତ୍ପାଦନ ବୃଦ୍ଧି କରିବା ଏବଂ ସେମାନେ ଆର୍ଥିକ ସ୍ଥରରେ କିଭଳି ଲାଭବାନ ହୋଇପାରିବ ସେନେଇ କହିଥିଲେ।
କୃଷି ବିଜ୍ଞାନ କେନ୍ଦ୍ର ଗଞ୍ଜାମ-୧ ର ମୁଖ୍ୟ ଡ଼ଃ ସୁତନୁ କୁମାର ଶତପଥୀ ଅତିଥି ଭାବେ ଯୋଗଦେଇ କୃଷି ଓ ଆନୁସଙ୍ଗିକ କୃଷି ସମ୍ବନ୍ଧୀୟ ଯଦି କୈାଣସି ସହଯୋଗ ଆବଶ୍ୟକ ପଡେ ତେବେ କୃଷି ବିଜ୍ଞାନ କେନ୍ଦ୍ର ସହଯୋଗ କରିବ ବୋଲି କହିଥିଲେ।  କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଡ଼ଃ ସନ୍ତୋଷ କୁମାର ସାମନ୍ତରାୟ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଅଧିନସ୍ଥ କୃଷି ସମ୍ପ୍ରସାରଣ ନିର୍ଦେଶାଳୟ ଠାରେ କାର୍ଯ୍ୟରତ କୃଷକ ଉତ୍ପାଦକ କେନ୍ଦ୍ର ର ଉତ୍କର୍ଷ କେନ୍ଦ୍ର ର ଆଭିମୁଖ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ ।  ତତସହିତ ସେ କୃଷକ ଉତ୍ପାଦକ ସଙ୍ଘଗୁଡିକ କିପରି ଉନ୍ନତ ପନ୍ଥା ଅବଲମ୍ବନ କରି ଆଗକୁ ଅଗ୍ରସର ହୋଇପାରିବେ ସେ ସମ୍ପର୍କରେ ବୁଝାଇଥିଲେ ।  ସଭାକୁ ବି ମାସର  ଦାଶରଥି ତ୍ରିପାଠୀ ପରିଚାଳନା କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri