ଗଞ୍ଜାମ ଜିଲା ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ

ଛତ୍ରପୁର,୧।୪(ଡି.ଏନ୍‌.ଏ.): ୮୮ ତମ ଗଞ୍ଜାମ ଜିଲା ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ଛତ୍ରପୁରସ୍ଥିତ ପୋଲିସ ପରେଡ ପଡିଆଠାରେ ପାଳିତ ହୋଇଛି। ଉକ୍ତ ଦିବସରେ ଗଞ୍ଜାମ ଏସ୍‌ପି ଜଗମୋହନ ମିନା ମଧ୍ୟ ଅତିଥି ଭାଦେ ଯୋଗ ଦେଇ ଆନୁଷ୍ଠାନିକ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବାର୍ତ୍ତା ପାଠ କରିଥିଲେ। ପୋଲିସ ମାନଙ୍କ ଦ୍ୱାରା ପ୍ୟାରେଡ଼ ପରିବେଷଣ କରାଯାଇଥିଲା। ଶେଷରେ ଉତ୍ତମ ସେବା ପାଇଁ ଆସ୍କା ଥାନାର ସବ୍‌ ଇନିସପେକ୍ଟର ବିଶ୍ୱଜିତ ନାୟକ, ପୁରୁଷୋତ୍ତମପୁର ଥାନାର ଏଏସ୍‌ଆଇ ସିଧେସ୍ବର ରଣବୀର, ମୁଖ୍ୟାଳୟ ଛତ୍ରପୁର ହାବିଲଦାର ସୁଶାନ୍ତ କୁମାର ପ୍ରଧାନ କନେଷ୍ଟବଲ ଗାୟତ୍ରୀ ବେହେରା, ଭଞ୍ଜନଗର ଥାନାରେ କାର୍ଯ୍ୟରତ କନେଷ୍ଟବଳ ଆଲୋକ ରଞ୍ଜନ ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଛି।