Advertisement

ମେଡିକାଲ ଅଫିସରଙ୍କ ସହ ଗଞ୍ଜାମ ଜିଲାପାଳଙ୍କ ଆଲୋଚନା : ରୋଗୀ ସେବାରେ ଆହୁରି ଉନ୍ନତି ଆଣିବା ନେଇ ଗୁରୁତ୍ୱ

ଛତ୍ରପୁର,୨୨।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କୋଭିଡ ପରିଚାଳନା ନେଇ ଶନିବାର ସମସ୍ତ ମେଡିକାଲ ଅଫିସରଙ୍କ ସହ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା ଓ ସମୀକ୍ଷା କରିଛନ୍ତି। ଏହି ଦ୍ୱିତୀୟ ରାଉଣ୍ଡ ସମୀକ୍ଷାରେ କୋଭିଡ କେୟାର ହସ୍ପିଟାଲ, କୋଭିଡ କେୟାର ସେଣ୍ଟର, କୋଭିଡ କେୟାର ହୋମରେ କରୋନା ରୋଗୀଙ୍କ ପାଇଁ ଥିବା ଚିକିତ୍ସା ଓ ଅନ୍ୟ ସ୍ବାସ୍ଥ୍ୟ ସମ୍ପର୍କୀୟ ଉପରେ ଜ଼ିଲାପାଳ ପଚାରି ବୁଝିଥିଲେ। ଏଥିସହ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଭଳି ପରିସ୍ଥିତିରେ ରୋଗୀ ସେବା କିଭଳି ଭାବେ ମିଳିବ ସେ ଉପରେ ଜିଲାପାଳ ଗୁରୁତ୍ୱ ଦେଇଛନ୍ତି। ରୋଗୀଙ୍କୁ ରେଫର, ପ୍ଲାଜମା ଥେରାପି ଦାନ ଉପରେ ଆଲୋଚନା ହୋଇଛି। ରୋଗୀ ମାନଙ୍କୁ ଆହୁରି ଉନ୍ନତଧରଣନ୍‌ର ମେଡିକାଲ ସେବା ପାଇଁ କ’ଣ କରାଯିବ ସେସମ୍ପର୍କରେ ଜିଲାପାଳ ପଚାରି ବୁଝିଛନ୍ତି। ୩ ଦିନ ପୂର୍ବରୁ ମଧ୍ୟ ଏଭଳି ପ୍ରଥମ ରାଉଣ୍ଡ ଭିଡିଓ କନ୍‌ଫରେନ୍ସ ଦ୍ୱାରା କୋଭିଡ ପରିଚାଳନାର ସମୀକ୍ଷା ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share