Advertisement

ଛତ୍ରପୁର ଉପଖଣ୍ଡ ସରକାରୀ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରିଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୦।୩(ଦିଲ୍ଲୀପ ସାମଲ): ଛତ୍ରପୁର ଉପଖଣ୍ଡ ସରକାରୀ ଚିକିତ୍ସାଳୟକୁ ସୋମବାର ଅଚାନକ ପରିଦର୍ଶନ କରିଛନ୍ତି ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡା। ଚିକିତ୍ସାଳୟରେ ରୋଗୀଙ୍କୁ ପ୍ରଦାନ କରାଯାଉଥିବା ସ୍ବାସ୍ଥ୍ୟ ସେବା, ନିରାମୟ କେନ୍ଦ୍ର, ପାଥୋଲୋଜି, ଓପିଡି, ହେଲ୍ପ ଡେସ୍କ, ଡାକ୍ତରମାନଙ୍କ ସଠିକ ଚିକିତ୍ସା ଆଦି ଜିଲାପାଳ ବୁଲି ଦେଖିଛନ୍ତି। ଜିଲାପାଳଙ୍କ ଏହି ପରିଦର୍ଶନ ବେଳେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ଅଲେଖ ପ୍ରଧାନଙ୍କ ସହ ଅନ୍ୟାନ୍ୟ ଷ୍ଟାପମାନେ ଉପସ୍ଥିତ ଥିଲେ। ମେଡ଼ିସିନଗୁଡିକ ଏକ୍ସପାରୀ ହେବା ପୂର୍ବରୁ ନୂତନ ମେଡ଼ିସିନ ଗଚ୍ଛିତ ରଖିବା, ହେଲ୍ପ ଡେସ୍କରେ ଲାଗିଥିବା ସାଉଣ୍ଡ ସେକ୍ସନକୁ ବ୍ୟବହାର କରିବା ପାଇଁ ଜିଲାପାଳ କହିଛନ୍ତି। ଯାହା ଫଳରେ ରୋଗୀ ଉତ୍ତମ ସେବା ପାଇପାରିବେ ବୋଲି ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜିଲାପାଳ ନିର୍ଦେଶ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share