ଛତ୍ରପୁର,୨୮।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶିତଳାପଲିସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ୩ ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା ଉକ୍ତ ୩ ଜଣଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ପ୍ଲାଜମା ଥେରାପି ପରେ ଉକ୍ତ ୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ମଙ୍ଗଳବାର ଟାଟା କୋଭିଡ୍ ହସ୍ପିଟାଲରୁ ଡିସ୍ଚାର୍ଜ। ତେବେ ଏହା ଗଞ୍ଜାମ ଜିଲାରେ ପ୍ରଥମ। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଟୁଇଟକରି ସୂଚନା ଦେଇଛନ୍ତି। ଡାକ୍ତରମାନଙ୍କ ଏହି ପ୍ରଚେଷ୍ଟାକୁ ଜ଼ିଲାପାଳ ପ୍ରଶଂସା କରିଛନ୍ତି। କରୋନାରୁ ସୁସ୍ଥ ହେଉଥିବା ଲୋକେ ପ୍ଲାଜମା ଦାନ କରନ୍ତୁ ବୋଲି ଜିଲାପାଳ ପୁଣି ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ଗଜ ୨୧ ତାରିଖରେ ବ୍ରହ୍ମପୁରର ଏମ୍କେସିଜିରେ ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା। କଟକସ୍ଥିତ ଏସ୍ସିବିରୁ ୩ଟି ପ୍ଲାଜମା ଆସିଥିଲା। ପରେ ଟାଟା କୋଭିଡ୍ ହସ୍ପିଟାଲର ୩ ଜଣ ଗୁରୁତର ରୋଗୀଙ୍କୁ ସେଠାରେ ପ୍ଲାଜମା ଥେରାପି ଦିଆଯାଇଥିଲା।
Posted inଆମ ଜିଲା ଖବର, କରୋନା ଭାଇରସ୍, ଗଞ୍ଜାମ, ରାଜ୍ୟ