ଗଞ୍ଜାମ,୨୦।୯(ଡି.ଏନ.ଏ.): ଅବ୍ୟବସ୍ଥାରେ ଗଞ୍ଜାମ ସହର ସାନ ବଜାରଠାରେ ଥିବା ମାଛ ମାର୍କେଟ। ପୂର୍ବରୁ ଏନ୍ଏସି ପ୍ରଶାସନ ପକ୍ଷରୁ ମାଛ ବ୍ୟବସାୟୀଙ୍କ ଲାଗି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲାl ହେଲେ ସହରର ସୌନ୍ଦର୍ଯ୍ୟକରଣ ଓ ରାସ୍ତା ସମ୍ପ୍ରସାରଣର ଆଳ ଦେଖାଇ ଭାଙ୍ଗି ଦିଆଯାଇଥିଲା l ଭାଙ୍ଗିବାର ତିନି ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ଥଇଥାନ କରାଯାଇନାହଁି l ଯାହା ଫଳରେ ସେମାନେ ରାସ୍ତା ପାର୍ଶ୍ୱରେ କାଠ ଛାମୁଟିଆ କରି କଷ୍ଟରେ ବ୍ୟବସାୟ କରୁଛନ୍ତି l ବର୍ଷା ଦିନ ହେଲେ ସେମାନଙ୍କ ଅବସ୍ଥା ନ କହିବା ଭଲ l କାଦୁଅରେ ବସି ଅତି ଦହନୀୟ ଭାବେ ବେପାର କରୁଛନ୍ତି l ମାଛ ବ୍ୟବସାୟୀଙ୍କ ସମସ୍ୟା ନେଇ ସ୍ଥାନୀୟ ଏନ୍ଏସି ପ୍ରଶାସନ ଓ ଛତ୍ରପୁର ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ବିଜେଡି ଯୁବନେତା ସୁଧୀର କୁମାର ପାଢ଼ୀ ପ୍ରକାଶ କରିଛନ୍ତି।