ଗଞ୍ଜାମ,୧୯।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ସାନବଜାର ଶେଷରେ ମାଂସ ଓ ମାଛ ମାର୍କେଟ ରହିଛି । ଏହି ମାଛ ମାର୍କେଟଟି ବର୍ତ୍ତମାନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିଲେ ମଧ୍ୟ ଏଥିପ୍ରତି ଏନ୍ଏସି ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ। ଯାହାକୁ ନେଇ ଚିନ୍ତାରେ ମାଛ ବ୍ୟବସାୟୀ । ରାସ୍ତା ସମ୍ପ୍ରସାରଣ ଆଳରେ ସେଠାରୁ ମାଛ ମାର୍କେଟ କମ୍ପ୍ଲେକ୍ସକୁ ଉଚ୍ଛେଦ କରାଯାଇଥିଲା । ଉଚ୍ଛେଦ ହେବାର ଦୁଇ ବର୍ଷରୁ ଊର୍ଦ୍ଧ୍ୱ ହେବ ସେମାନଙ୍କୁ ଥଇଥାନ କରାଯାଇ ନାହିଁ। ଯାହା ଫଳରେ ବ୍ୟବସାୟୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ବାଧ୍ୟ ହୋଇ ମାଛ ବ୍ୟବସାୟୀମାନେ ଷ୍ଟେଶନ ଓ କଲେଜ ଯିବା ରାସ୍ତା ପାର୍ଶ୍ୱରେ ମାଛ ମାଂସ ବିକ୍ରି କରୁଛନ୍ତି । ଏଥିପାଇଁ ଟ୍ରାଫିକ ସମସ୍ୟା ଦେଖାଦେଉଛି । ଏ ନେଇ ଜଣେ ମାଛ ବ୍ୟବସାୟୀ କହିଛନ୍ତି, ଏନ୍ଏସି ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲେ ବି କୌଣସି ସୁଫଳ ମିଳୁନାହିଁ । ଆଗାମୀ ଦିନରେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ।