ଗଞ୍ଜାମ ଗାର୍ଲସ ହାଇସ୍କୁଲ ଚୋରି ମାମଲା,ଦୁଇ ଗିରଫ

ଗଞ୍ଜାମ,୧୮।୬(ବିଦ୍ୟାଧର ସାହୁ )ଗଞ୍ଜାମ ସହର ସ୍ଥିତ ଷ୍ଟେସନ ରୋଡ଼ ଠାରେ ଥିବା ଗଞ୍ଜାମ ବାଳିକା ଉଚ୍ଚ ବିଦ୍ୟାଳୟରୁ ଗତ ଦୁଇଦିନ ତଳେ ସ୍କୁଲର ଇନଭାଇରଟର ବେଟେରି, ଶିଶିକ୍ୟାମେରା ଆଦି ଚୋରି ହୋଇଥିଲା । ଏନେଇ ସୋମବାର ସ୍କୁଲ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ଯାନୀ ଗଞ୍ଜାମ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପରେ ଗଞ୍ଜାମ ପୋଲିସ ଥାନା ପକ୍ଷରୁ କେଶ ନଂ 148/24 ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା ।
ଗଞ୍ଜାମ ଥାନା ଆଇଆଇସି ଦାୟିତ୍ୱରେ ଥିବା ଚନ୍ଦ୍ରିକା ସ୍ବାଇଁଙ୍କ ନେତୃତ୍ୱରେ ଏସଆଇ ଅନିରୁଦ୍ଧ ସୱାଇଁ, ସୁମୁନାଥ ରେଡି ପ୍ରମୁଖ ଏକ ପୋଲିସ ଟିମ ବିଭିନ୍ନ ସାଟେଲାଇଟ କ୍ୟାମେରା ଦେଖି ଅଭିଯୁକ୍ତ ମାନଙ୍କୁ ଚି଼ହ୍ନଟ କରିବା ସହ ସୋମବାର ରାତିରେ ସେମାନଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ମାନେ ହେଲେ ଶଙ୍କର ଗୌଡ଼(୨୯)ଏବଂ ଆକାଶ ବୈଦ୍ୟ । ସେମାନଙ୍କ ଘର କରଣ ସାହିର ବୋଲି ତଦନ୍ତକାରୀ ପୋଲିସ ଏସଆଇ ଅନିରୁଦ୍ଧ ସ୍ବାଇଁ ସୂଚନା ଦେଇଛନ୍ତି । ସେମାନଙ୍କ ଠାରୁ ସମସ୍ତ ଚୋରି ସାମଗ୍ରୀ ପୋଲିସ ଜବତ କରିଥିବା ଜଣାପଡିଛି। ଅଭିଯୁକ୍ତ ମାନେ ଯେଉଁଠି ଚୋରି କରିବାକୁ ଯାଇଥିଲେ ସେଠାରୁ ଶିଶି କ୍ୟାମେରା ବାହାର କରିବା ପୂର୍ବରୁ ସେମାନଙ୍କ ଫୋଟ କଏଦ ହୋଇଯାଇଥିଲା । ସେହି ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସହଜ ହୋଇଯାଇଥିଲା । ସେମାନେ ବାହାର ରାଜ୍ୟରେ ରହୁଥିବା ବେଳେ ଏକମାସ ହେବ ଗାଁକୁ ଆସିଥିଲେ ବୋଲି ଗଞ୍ଜାମ ପୋଲିସ ଥାନା ପକ୍ଷରୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ହୋଇପାରେ ବଡ ଧରଣର ଅଦଳବଦଳ: ଏସ୍‌ଆରସି ସତ୍ୟବ୍ରତ ସାହୁଙ୍କୁ ମିଳିବ ବଡ଼ ଦାୟିତ୍ୱ!

ଭୁବନେଶ୍ୱର,୧।୭: ରାଜ୍ୟ ପ୍ରଶାସନରେ ବଡ ଧରଣର ଅଦଳବଦଳ ହୋଇପାରେ ବୋଲି କୁହାଯାଉଛି । ଏହି ସମୟରେ ଉନ୍ନୟନ କମିଶନର ଅନୁ ଗର୍ଗ ଦିଲ୍ଲୀ ଯିବା ନେଇ...

୨ଜଣଙ୍କୁ ଦଳିଦେଲା ହାତୀ

ରାଉରକେଲା/ଟେନ୍‌ସା,୧ା୭(ସଙ୍ଗୀତା ଜେନା/ ସମୀର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ହାତୀ ଆତଙ୍କ ଥମୁନାହିଁ। ସୋମବାର ଜିଲାର ପୃଥକ୍‌ ପୃଥକ୍‌ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି।...

ଗାଡ଼ି ଧକ୍କାରେ ଚାଲିଗଲା ହେଟା ବାଘର ଜୀବନ

ଖଡ଼ିଆଳ,୧ା୭(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ୩୫୩ନଂ. ଜାତୀୟ ରାଜପଥର ପୋଡାପାଲି କେନାଲ ତ୍ରିବେଣୀ ଛକ ନିକଟରେ ସୋମବାର ଅଜଣା ଗାଡ଼ି ଧକ୍କାରେ ଏକ...

ପୁଣି ସକ୍ରିୟ ହେଲେ ପାଣ୍ଡିଆନ! ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର,୧।୭: ରାଜ୍ୟରେ ବିଜେଡି ଶାସନର ଅନ୍ତ ଘଟିଛି। ନିର୍ବାଚନୀରେ ବିଜେଡି କାହିଁକି ହାରିଲା ତା’ର ସମୀକ୍ଷା କରିବା ପାଇଁ ବିଜେଡି ତତ୍ପରତା ଦେଖାଉନଥିବା ଜଣାପଡିଛି। ତେବେ...

ପାଟ୍ରୋଲିଂ ବେଳେ ୧୪୩ କେଜି ଗଞ୍ଜେଇ ଜବତ, ସର୍ଚ୍ଚ ଅପରେଶନ ଜାରି

ଦାରିଙ୍ଗବାଡ଼ି,୧।୭ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ପୋଲିସକୁ ପୁଣି ଏକ ବଡ଼ ସଫକତା ମିଳିଛି। ଜଙ୍ଗଲରେ ପାଟ୍ରୋଲିଂ ବେଳେ ୧୪୩...

ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

ଭୁବନେଶ୍ୱର,୧।୭: ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୋମବାର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିଥିଲେ...

ରଥଯାତ୍ରାରେ ପୁରୀ ଆସୁଥିବା ଭକ୍ତଙ୍କ ହେବ ଗଣନା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୭: ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ...

ଛାତ୍ରୀଛାତ୍ରଙ୍କୁ ଆଣୁଥିବା ବେଳେ ଟ୍ରକକୁ ପିଟିଲା ସ୍କୁଲ ବସ୍‌

ଘସିପୁରା,୭।୧(ନିରଞ୍ଜନ ସାହୁ): ଗାଡ଼ି ଚାଳକଙ୍କ ବେପରୁଆ ଯୋଗୁ ଏକ ଘରୋଇ ସ୍କୁଲ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଣାରେ ୨ଜଣ ଛାତ୍ର, ଜଣେ ଶିକ୍ଷୟିତ୍ରୀ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri