ଛତ୍ରପୁର,୨୬।୪(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏବେ ଜିଲା ରେଡ୍ ଜୋନ୍ରେ ରହିଛି। ପୂର୍ବରୁ ଦୈନିକ କରୋନା ପଜିଟିଭ ସଂଖ୍ୟା ୨୦୦ ତଳେ ରହୁଥିଲା ସୋମବାର ଦିଆଯାଇଥିବା ସୂଚନା ଅନୁସାରେ ଦିନକରେ ପଜିଟିଭ୍ ସଂଖ୍ୟା ୩୦୦ ପାର ହୋଇ ୩୨୩ରେ ପହଞ୍ଚିଛି। ଜିଲାକୁୁ ୧୭ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଫେରିଥିବା ବେଳେ ଏଥିରେ ପଶ୍ଚିମବଙ୍ଗ ଫେରନ୍ତା ରହିଛନ୍ତି। ବାହାରୁ ଆସୁଥିବା ଲୋକଙ୍କ
ଉପରେ ନଜର ରଖାଯାଇଥିବା କୁହାଯାଇଛି। ଏଥିଲାଗି ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡ଼ିଛି।