ଗଞ୍ଜାମ,୨୪।୪(ଡି.ଏନ୍.ଏ.): ରାଜ୍ୟରେ କରୋନା ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାର ସପ୍ତାହକୁ ଦୁଇଦିନ ଅର୍ଥାତ ଶନିବାର ଏବଂ ରବିବାର ଶଟ୍ଡାଉନ୍ ଘୋଷଣା କରିଛନ୍ତି। ଗଞ୍ଜାମ ସହର ଶଟ୍ଡାଉନରେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବଡ଼ ବଜାର ଓ ସାନ ବଜାରର ସମସ୍ତ ଦୋକାନ ବନ୍ଦ ରହିଛି । ଗଞ୍ଜାମ ଥାନା ପୋଲିସ ପକ୍ଷରୁ ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ଏସ୍ଆଇ ଅଜିତ କୁମାର ପରିଡ଼ା, ନାରାୟଣ କହଁର, ବିଜୟ ନାୟକ, ତ୍ରିନାଥ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ସହରରେ କଡ଼ା ପଇଁତରା ମାରୁଛନ୍ତି।