ଶିଳ୍ପ ବିକାଶ କ୍ଷେତ୍ରରେ ଗଞ୍ଜାମ ପଛୁଆ

ବ୍ରହ୍ମପୁର,୧୪ା୧୦(ନରସିଂହ ସାହୁ): ଗଞ୍ଜାମରେ ଶିଳ୍ପ ବିକାଶ ହୋଇପାରୁନାହିଁ। ତେଣୁ ଜିଲାର ଲକ୍ଷାଧିକ ଶ୍ରମିକ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି। ଗତ ୫ ଦଶନ୍ଧି ମଧ୍ୟରେ ଗୋଟିଏ ବି ନୂଆ ଶିଳ୍ପ ପ୍ରତିଷ୍ଠା ହୋଇ ନ ଥିବା ବେଳେ ପୁରୁଣା ଶିଳ୍ପ ରୁଗ୍‌ଣ ହୋଇଯାଇଛି। କଂଗ୍ରେସ ଓ ଅଣକଂଗ୍ରେସ ଶାସନରେ ଅଣଦେଖା କରାଯାଇଛି। ବ୍ରିଟିଶ ଶାସନରେ ହୋଇଥିବା ଆସିକା ସମବାୟ ଚିନି ଶିଳ୍ପ ରୁଗ୍‌ଣ ଅବସ୍ଥାରେ ଅଛି। ସେଠାର ସୂତାକଳ ଅଚଳ ହୋଇଯାଇଛି। କାମଧନ୍ଦା ନ ପାଇ ଆସିକା ଅଞ୍ଚଳରୁ ସର୍ବାଧିକ ଶ୍ରମିକ ଅନ୍ୟତ୍ର ଯାଇ କାମ କରୁଛନ୍ତି।
କୃଷି ବହୁଳ ଏହି ଜିଲାରେ କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ପ୍ରତି ସରକାର ଆଖି ବୁଜି ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଚରମ ଅବହେଳାରୁ ଶୀତଳାପଲ୍ଲୀରେ ପ୍ରସ୍ତାବିତ ରେଳ ୱାଗନ ନିର୍ମାଣ କାରଖାନା ହୋଇପାରିଲାନି। ମୋଦୀ ସରକାର ବନ୍ଦ କରି ଦେଇଛନ୍ତି। ଛତ୍ରପୁର ବ୍ଲକରେ ଥିବା ଭାରତୀୟ ବିରଳ ମୃତ୍ତିକା (ଆଇଆରଇଏଲ) କାରଖାନା ମଧ୍ୟ କ୍ରମଶଃ ରୁଗ୍‌ଣ ହେବାରେ ଲାଗିଛି। ୨୬ ବର୍ଷ ତଳେ ଟାଟା କମ୍ପାନୀର ହେବାକୁ ଥିବା ମେଗା ଇସ୍ପାତ ପ୍ରକଳ୍ପରୁ କମ୍ପାନୀ ଓହରି ଯାଇଛି। ୧୯୯୬ ଲୋକସଭା ନିର୍ବାଚନରେ ବ୍ରହ୍ମପୁର ଆସନରୁ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ। ଭୋଟ ରାଜନୀତି ପାଇଁ ୧୯୯୫ ଡିସେମ୍ବର ୩୦ରେ ଟାଟାର ଇସ୍ପାତ କାରଖାନା ପାଇଁ ସେ ଶିଳାନ୍ୟାସ କରିଥିଲେ। ସେତେବେଳେ ରାଜ୍ୟରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କଂଗ୍ରେସ ସରକାର ଥିଲା। ଛତ୍ରପୁର ଓ ଗୋପାଳପୁର ଅଞ୍ଚଳରୁ ସାଢ଼େ ୩ ହଜାରରୁ ଅଧିକ ଏକର ଘରୋଇ ଜମି ଜୋରଜବରଦସ୍ତ ଶାଗମାଛ ଦରରେ ଅଧିଗ୍ରହଣ କରାଯାଇଥିଲା। ଫଳରେ ଶହ ଶହ ପରିବାର ବିସ୍ଥାପିତ ହୋଇ ଭିଟାମାଟି ହରାଇଲେ। ଅଧିଗ୍ରହଣ ବେଳେ ଦିଆଯାଇଥିବା ପ୍ରତିଶ୍ରୁତି ପ୍ରକାରେ ଚାକିରି ସୁଯୋଗ ଏବେ ବି ମିଳିନାହିଁ। ୧୯୯୯ ମହାବାତ୍ୟାରେ ରାଜ୍ୟ ସରକାରଙ୍କ ୧୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଗୋପାଳପୁର ସାମୟିକ ଓ କ୍ଷୁଦ୍ର ବନ୍ଦର ଧ୍ୱଂସ ହୋଇଗଲା। ୨୦୦୬ରେ ସେହି ବନ୍ଦରକୁ ସରକାର ଘରୋଇ ଉଦ୍ୟୋଗକୁ ଟେକିଦେଲେ। ତଥାପି ବିକାଶ ଘଟିନାହିଁ। ବନ୍ଦର ପାଖରେ ଜାହାଜ ଭଙ୍ଗା ଶିଳ୍ପର ପ୍ରଚାର ହେଲା। ବିଦେଶରୁ ମାତ୍ର ଗୋଟିଏ ପୁରୁଣା ଜାହାଜ ବନ୍ଦର ପାଖକୁ ଆସିଥିବା ଏବଂ ଭଙ୍ଗାଯିବା ବେଳେ ଅନେକ ମୂଲ୍ୟବାନ ସାମଗ୍ରୀ ଉଭାନ ହୋଇଯାଇଥିଲା। ୨୫ ବର୍ଷ ତଳେ ସେହି ଗୋଟିକରେ ଜାହାଜ ଭଙ୍ଗା ଶିଳ୍ପ ଅଟକି ଯାଇଛି। ସେହିପରି ଗଞ୍ଜାମ ବ୍ଲକରେ ଏକ ଘରୋଇ ଇଣ୍ଡଷ୍ଟ୍ରି ଥିବା ବେଳେ ବିଭିନ୍ନ ସମୟରେ ଶ୍ରମିକ ଅଶାନ୍ତି ସୃଷ୍ଟି ହେଉଛି।
ଟାଟା କମ୍ପାନୀର ଇସ୍ପାତ କାରଖାନା ଏବଂ ରେଳ ୱାଗନ ଫ୍ୟାକ୍ଟ୍ରି ଦ୍ୱାରା ଜିଲାର ହଜାର ହଜାର ଶ୍ରମିକ କର୍ମ ନିଯୁକ୍ତିି ପାଇବାର ଆଶା କରାଯାଇଥିଲା। ତେବେ ଏହା କାର୍ଯ୍ୟକ୍ଷମ ନ ହେବାରୁ ଆଶା ମଉଳି ଯାଇଛି। ଫଳରେ ଗଞ୍ଜାମ ଶିଳ୍ପ ବିହିନ ଜିଲାରେ ପରିଣତ ହୋଇଯାଇଛି। ବିଜେଡି ସରକାର ବିଭିନ୍ନ ନୂଆ ଯୋଜନା କରୁଥିବାରୁ ଗଞ୍ଜାମ ଜିଲାରେ ଶିଳ୍ପର ବିକାଶ ନିମନ୍ତେ ପଦକ୍ଷେପ ନେବାକୁ ଶ୍ରମିକ ସଂଗଠନ ନେତାଙ୍କ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

ଦାରିଙ୍ଗବାଡ଼ିରେ ବଦଳିଲା ପାଗ: କୁହୁଡ଼ି ସାଙ୍ଗକୁ ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୭ା୧୦: ଶୀତ ଦିନ ଆସିଲେ ଦାରିଙ୍ଗବାଡ଼ିକୁ କେହିକେହି ଓଡ଼ିଶାର ଦାର୍ଜିଲିଂ କୁହନ୍ତି ତ ଆଉ କେହି କେହି ଓଡ଼ିଶାର କଶ୍ମୀର ବୋଲି କହିଥାନ୍ତି। ସତରେ ଦାରିଙ୍ଗବାଡ଼ିର...

ଜେଜେଙ୍କ ଦ୍ୱାଦଶ କ୍ରିୟାରେ ନାଳରେ ବୁଡ଼ି ନାତି ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଭଦ୍ରକ,୨୭ା୧୦(ସନାତନ ରାଉତ): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ପଣ୍ଡାପାଟଣା ଗ୍ରାମର ରୁଦ୍ର ପଣ୍ଡା(୨୦) କଲଭର୍ଟ ନିକଟରେ ଥିବା ଏକ ନାଳରେ ଗାଧୋଉଥିଲାବେଳେ ଗୋଡ଼ ଖସିଯାଇଥିଲା।...

ଖବରଦାତା ସମ୍ମିଳନୀରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଶଂସା, କହିଲେ ସମସ୍ତଙ୍କ ସହଯୋଗରେ ବିପଦକୁ…

ଭଦ୍ରକ,୨୭ା୧୦(ସନାତନ ରାଉତ): ବାତ୍ୟା ଦାନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲା ଦାୟିତ୍ୱରେ ଥିଲେ।...

ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ପୋଲିସ ଗାଡ଼ି ଦେଖି ମାରୁଥିଲେ ଫେରାର, ଆଉ ତା’ ପରେ…

ଦାରିଙ୍ଗବାଡ଼ି,୨୭ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଏକ ଜୁଆଆଡ୍ଡାରେ ଚଢ଼ାଉ କରାଯାଇଛି। ଏଥିରେ ସମ୍ପୃକ୍ତ ୧୩ ଜଣଙ୍କୁ ପୋଲିସ ଗିରଫ କରିବା ସହ...

ଅଧରାତିରେ କେମିତି ଜଳବନ୍ଦୀଙ୍କୁ ଉଦ୍ଧାର କଲେ, ଖବରଦାତା ସମ୍ମିଳନୀରେ କହିଲେ ପୂରା ଘଟଣା…

ଭଦ୍ରକ,୨୭ା୧୦: ବାତ୍ୟା ଦାନା ଟଳି ଯିବା ପରେ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା। ଦୁଇ ଦିନ ପରେ ଏବେବି...

ମଶାଧୂପରୁ ଶ୍ୱାସରୁଦ୍ଧ ହୋଇ ମା’-ଝିଅ ସମେତ ୩ ଅସୁସ୍ଥ

ତିହିଡ଼ି,୨୭ା୧୦(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡା ପଞ୍ଚାୟତ ଅଧୀନ ଦକ୍ଷିଣପାରି ଗ୍ରାମରେ ମଶାଧୂପରେ ଶ୍ୱାସରୁଦ୍ଧ ହୋଇ ମା-ଝିଅ ସମେତ ୩ଜଣ ଅସୁସ୍ଥ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri