ଗଞ୍ଜାମ ବାଲ୍ୟ ବିବାହମୁକ୍ତ ଘୋଷଣାରେ ସୀମିତ

ଛତ୍ରପୁର,୨୨ା୮(ସନ୍ତୋଷ ପାଢ଼ୀ): ୨୦୨୨ ଜାନୁୟାରୀ ୩ରୁ ଗଞ୍ଜାମକୁ ବାଲ୍ୟ ବିବାହ ମୁକ୍ତ ଜିଲା ଭାବେ ଘୋଷଣା କରାଯାଇଛି । ଜିଲାରେ ୩୩୦୯ ଗ୍ରାମ, ୨୮୦ଟି ସହରାଞ୍ଚଳ ୱାର୍ଡ ଓ ୫୦୩ଟି ପଞ୍ଚାୟତକୁ ବାଲ୍ୟବିବାହ ମୁକ୍ତ ବୋଲି ଘୋଷଣା କରାଯାଇଥିଲା। ତତ୍କାଳୀନ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ଘୋଷଣା କରିଥିଲେ। ଏହା ସତ୍ତ୍ୱେ ଜିଲାରେ କେଉଁଠି ନା କେଉଁଠି ବାଲ୍ୟ ବିବାହ ହେଉଛି । ଚଳିତ ବର୍ଷ ୬ମାସ ମଧ୍ୟରେ ଜିଲା ପ୍ରଶାସନ ପକ୍ଷରୁ ୬୪ଟି ବାଲ୍ୟ ବିବାହ ରୋକାଯାଇଛି। ଜିଲାରେ ବାଲ୍ୟ ବିବାହ, କନ୍ୟା ଭ୍ରୂଣ ହତ୍ୟା, ଶିଶୁ ଶ୍ରମିକ ରୋକିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ଶତପ୍ରତିଶତ ସୁଫଳ ମିଳୁନି।
ଗଞ୍ଜାମ ଜିଲାରେ ବାଲ୍ୟ ବିବାହ ରୋକିବା ନେଇ ଜିଲା ପ୍ରଶାସନ ପକ୍ଷରୁୁ ‘ମୋ ଗେହ୍ଲା ଝିଅ’, ‘ନିର୍ଭୟା କଢି’ ଆଦି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବାଲ୍ୟ ବିବାହ ସମ୍ପୂର୍ଣ୍ଣ ରୋକିବା ଲାଗି ବ୍ୟାପକ ସଚେତନତା କରିବାକୁ ଏଭଳି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି। ଏପରିକି ବାଲ୍ୟ ବିବାହର ସୂଚନା ଦେଲେ ସୂଚନାଦାତାକୁ ୫୦ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ତତ୍କାଳୀନ ଜିଲାପାଳ କୁଲାଙ୍ଗେ ଘୋଷଣା କରିଥିଲେ। ମୁଖ୍ୟତଃ ଅଧାରୁ ପାଠ ଛାଡୁଥିବା ଝିଅମାନଙ୍କୁ ସେମାନଙ୍କ ଅଭିଭାବକ ବିବାହ କରିଦେଉଛନ୍ତି। ଏଭଳି ପିଲାମାନଙ୍କୁ ଚିହ୍ନଟ କରି ପୁଣି ସ୍କୁଲ ପଠାଇବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ରହିଛି। ଯେଉଁ ଅଞ୍ଚଳର ସ୍କୁଲରେ କୌଣସି ଝିଅ ସ୍କୁଲରେ ଲଗାତର ୫ଦିନ ଅନୁପସ୍ଥିତ ରହିଲେ, ତୁରନ୍ତ ତାହାର କାରଣ ଜାଣିବା ପାଇଁ ଶିକ୍ଷକ ତଦନ୍ତ କରିବେ। ଯାହାଫଳରେ ସତ୍ୟତା ଜଣାପଡିବ। ଏପରିକି ଯେଉଁମାନେ ବାଲ୍ୟ ବିବାହକୁ ନା’ କରିଛନ୍ତି ସେମାନେ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ ହେବେ। ବାଲ୍ୟ ବିବାହ ରୋକିବା ଉପରେ କୂଳ ସମାଜର ମୁଖ୍ୟ ଭୂମିକା ଏବଂ ଗ୍ରାମ୍ୟ କମିଟିର ମଧ୍ୟ ମୁଖ୍ୟ ଭୂମିକା ରହିଛି। ସେମାନେ ବାଲ୍ୟ ବିବାହକୁ ମନା କଲେ ଜିଲାରେ ଆଉ ବାଲ୍ୟ ବିବାହ ହେବନାହିଁ । ନଚେତ ବାଲ୍ୟ ବିବାହ ସଚେତନତା କେବଳ ବୈଠକରେ ସୀମିତ ରହିଯିବ। ଚଳିତ ବର୍ଷ ବାଲ୍ୟବିବାହ ରୋକିବା ପାଇଁ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ଆଦିରେ ସଚେତନତା କରାଯାଇଛି । କେବଳ ବାଲ୍ୟ ବିବାହ ନୁହେଁ କନ୍ୟା ଭ୍ରୂଣ ହତ୍ୟା, ଶିଶୁ ଶ୍ରମିକ ରୋକିବା ନେଇ ଜିଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି । ଜିଲାରେ ଯେ କୌଣସି ସ୍ଥାନରେ କନ୍ୟାଭ୍ରୂଣ ହତ୍ୟା ହେଉଥିବାର ସୂଚନା ପାଇଲେ ସୂଚନା ଦାତାକୁ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ୯୪୩୯୯୮୫୦୦୭ ଏକ ମୋବାଇଲ ନଂ ମଧ୍ୟ ଜାରି ହୋଇଛି । ଜିଲାର ବିଭିନ୍ନ ମନ୍ଦିର, ଚର୍ଚ୍ଚ ଆଦି ଅଞ୍ଚଳର କାନ୍ଥରେ ବାଲ୍ୟ ବିବାହକୁ ମନା ବୋଲି ଲେଖାଯାଇଛି। ଜାନୁୟାରୀରୁ ଜୁନ ମାସରେ ଜିଲାରେ ୬୮୫୩ଟି ସଚେତନତା କାର୍ଯ୍ୟକ୍ରମ ହୋଇଛି। ୨୮୪୩ କୁଳ ମୁଖିଆ , ୨୮୬୯ ପିଆରଆଇ ମେମ୍ବର, ୧୧,୯୩୯ ସ୍ବୟଂ ସହାୟକ ସଦସ୍ୟ, ୮୨୬୪ ଫ୍ରଣ୍ଟଲାଇନ ୱାର୍କର,୧୬,୨୨୨ ସ୍କୁଲ ଓ କଲେଜ ଛାତ୍ର/ଛାତ୍ରୀ ଓ ୧୦,୭୮୨ ଅନ୍ୟାନ୍ୟ ଲୋକ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏସବୁ ପରେ ବି ଜିଲାରେ ହେଉଥିବା ବାଲ୍ୟ ବିବାହ ପ୍ରଶାସନ ନଜରକୁ ଆସୁନାହିଁ । ଜିଲାରେ ୬ବର୍ଷ ମଧ୍ୟରେ ୯୧୫ଟି ବାଲ୍ୟବିବାହ ଜିଲା ପ୍ରଶାସନ ପକ୍ଷରୁ ରୋକାଯାଇଛି। ୨୦୧୭ରେ ୨୪, ୨୦୧୮ରେ ୨୨, ୨୦୧୯ରେ ୪୫, ୨୦୨୦ରେ ୨୨୮, ୨୦୨୧ରେ ୨୦୧ ଓ ୨୦୨୨ରେ ସର୍ବାଧିକ ୩୩୧ ବାଲ୍ୟ ବିବାହକୁ ପ୍ରଶାସନ ରୋକିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବସରୁ ସୁନା ହାର ଚୋରି: ଧରାପଡ଼ିଲେ ଅଭିଯୁକ୍ତ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଜଣେ ଲୁଟେରାଙ୍କୁ ରବିବାର ଗିରଫ କରିଛି। ସେ ହେଲେ ଗାମୁଣ୍ଡି ଗ୍ରାମର ଅବଳ କୁମାର ଜେନା। ପୋଲିସ...

IPL 2025: ମ୍ୟାଚ୍ ମଝିରେ ଆହତ ହେଲେ ଗୁଜରାଟ ଟାଇଟାନ୍ସ ଷ୍ଟାର, ଯନ୍ତ୍ରଣାରେ ଛଟପଟ ହୋଇ ପଡିଆ ଛାଡ଼ିଲେ

ହାଇଦ୍ରାବାଦ,୬।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଚଳିତ ସିଜିନ୍ ର ୧୯ ତମ ମୁକାବିଲା ଖେଳାଯାଉଛି। ଏହି ମୁକାବିଲାରେ ଟସ୍ ଗୁଜରାଟ ବୋଲିଂ...

ଓ୍ବାଲର୍‌ଡ ବକ୍ସିଂ କପ୍‌ରେ ଭାରତକୁ ୬ ପଦକ

ନୂଆଦିଲ୍ଲୀ,୬ା୪: ବ୍ରାଜିଲର ଫଜ ଡୋ ଆଇଗୁଆକୁଠାରେ ଅନୁଷ୍ଠିତ ଓ୍ବାଲର୍‌ଡ ବକ୍ସିଂ କପ୍‌ ଟୁର୍ନାମେଣ୍ଟରେ ଭାରତୀୟ ବକ୍ସରମାନେ ୬ ପଦକ ଜିତିଛନ୍ତି। ପଦକ ତାଲିକାରେ ଗୋଟିଏ ଲେଖାଏ...

ମୁମ୍ବାଇ ଦଳରେ ବୁମରାଙ୍କ ଏଣ୍ଟ୍ରି: ବଦଳିବ କି ଦଳର ଭାଗ୍ୟ ?

ନୂଆଦିଲ୍ଲୀ,୬ା୪: ଭାରତୀୟ ପ୍ରିମିୟର ପେସର ଯଶପ୍ରୀତ ବୁମରା ଆନୁଷ୍ଠାନିକ ଭାବେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଦଳରେ ଯୋଗଦେଇଛନ୍ତି। ୫ ଥରର ଚାମ୍ପିୟନ ଦଳ ପକ୍ଷରୁ...

ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି,୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଓଡାସିଙ୍ଗି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ରମାଦେବୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ରବିବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଥିବା...

ସିଙ୍ଗାରି ଘାଟିରେ ଓଲଟିଲା ଟ୍ରାକ୍ଟର

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର-କଳମପୁର ମୁଖ୍ୟ ରାସ୍ତା ସିଙ୍ଗାରି ଘାଟିରେ ରବିବାର ଏକ ଟ୍ରାକ୍ଟର ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲେ ଟ୍ରାକ୍ଟର...

ରାମନବମୀରେ ରକ୍ତ ଦାନ କଲେ ସ୍ବେଚ୍ଛାସେବୀ

ପୁରୁଷୋତ୍ତମପୁର,୬।୪(ସୀମାଞ୍ଚଳ ମିଶ୍ର): ପବିତ୍ର ଶ୍ରୀରାମନବମୀ ଏବଂ ଭାଜପା ଯୁବନେତା ତଥା ସାମାଜିକ କର୍ମୀ ସୀତାରାମ ପାଣିଗ୍ରାହୀଙ୍କ ରବିବାର ଜନ୍ମଦିବସ ଅବସରରେ ଏକ ରକ୍ତଦାନ ଶିବିର ଗଞ୍ଜାମ...

ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର: ମାମଲା ରୁଜୁ କଲା ପୋଲିସ 

ଦିଗପହଣ୍ଡି,୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଡା ଗ୍ରାମର ଜି.ସଞ୍ଜୟ ରେଡ୍ଡୀଙ୍କୁ ତାଙ୍କ ପଡୋଶୀ ଜି. ଡୋରା ରେଡ୍ଡୀ ଓ ତାଙ୍କ ସମ୍ପର୍କୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image