Advertisement

ରକ୍ଷଣାବେକ୍ଷଣ ଅଭାବରୁ ସୌନ୍ଦର୍ଯ୍ୟ ହରାଉଛି ଗଞ୍ଜାମ, ଭାଙ୍ଗିରୁଜି ଗଲାଣି ମହାପୁରୁଷଙ୍କ ପ୍ରତିମୂର୍ତ୍ତି

ଗଞ୍ଜାମ,୯ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସୌନ୍ଦର୍ଯ୍ୟ ବଢ଼ାଇବା ଲାଗ ଦୁଇ ବର୍ଷ ତଳେ ଏନ୍‌ଏସି ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଏବଂ ଅନ୍ୟାନ୍ୟ ଆକର୍ଷଣୀୟ କରାଯାଇଛି। ସେଥିଲାଗି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ଭାଙ୍ଗି ରୁଜି ଗଲାଣି। ଆଉ କିଛି ସ୍ଥାନରେ ଆବର୍ଜନା ପୂର୍ଣ୍ଣ ଏବଂ ଅବହେଳିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ତ୍ରିବେଣୀ ଛକରେ ଅଶ୍ୱରେ ପ୍ରତୀୟମାନ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି, ବୁଦ୍ଧଦେବଙ୍କ ପ୍ରତିମୂର୍ତ୍ତି, ମହାତ୍ମାଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହର ପ୍ରତିମୂର୍ତ୍ତି, ବିଭିନ୍ନ ପଶୁପକ୍ଷୀଙ୍କ ପ୍ରତିମୂର୍ତ୍ତି, ସାନ ବଜାର ଶନି ମନ୍ଦିର ପାର୍ଶ୍ୱରେ ଥିବା ଗଣେଶଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ଦେଖିଲେ ସହରକୁ ଆସୁଥିବା ଲୋକେ ନାକ ଟେକୁଛନ୍ତି। ସେହିପରି ଭାରତୀ ବିଦ୍ୟାପୀଠ ଥରେ ଓ୍ବାଟର ଫଲ୍‌ ମଧ୍ୟ ଅକାମୀ ହୋଇପଡ଼ିଛି। ସନ୍ଧ୍ୟାରେ ଛୋଟ ପିଲାଠାରୁ ଆରମ୍ଭ କରି ବହୁ ଲୋକ ସୁନ୍ଦର ଆକର୍ଷଣୀୟ ଓ୍ବାଟର ଫଲ୍‌ର ମଜା ଉଠାଉଥିଲେ। ଉପରୋକ୍ତ ସବୁ ଜିନିଷ ତତକାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ସମୟରେ ନିର୍ମାଣ ହୋଇଥିଲା। ଆଉ ଦୁଇ ଦିନ ପରେ ଐତିହାସିକ ଦୋଳ ଯାତ୍ରା। ଐତିହାସିକ ତଥା ପ୍ରସିଦ୍ଧ ଏହି ଦୋଳଯାତ୍ରା ଦେଖିବାକୁ ଓଡ଼ିଶା କୋଣ ଅନୁକୋଣରୁ ଲକ୍ଷାଧିକ ଲୋକଙ୍କ ସାମଗମ ହେବ। ସହରର ଏହି କୀର୍ତ୍ତିମାନ ଜିନିଷଗୁଡ଼ିକ ପ୍ରତି ଏନ୍‌ଏସି ପ୍ରଶାସନ ଦୃଷ୍ଟି ଦେଇ ଏହାର ପୁନରୁଉଦ୍ଧାର କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share