ଛତ୍ରପୁର,୮ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଗଞ୍ଜାମ-ଖୋର୍ଦ୍ଧା ସୀମାକୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ଏଥିସହ ଭୁବନେଶ୍ୱର ଯିବା ପାଇଁ କୋଣସି ବ୍ୟକ୍ତିଙ୍କୁ ଅନୁମତି ମିଳିବ ନାହିଁ ବୋଲି ବୁଧବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସମସ୍ତେ ଏହାକୁ ସହଯୋଗ କରିବାକୁ ଜିଲାପାଳ ଅନୁରୋଧ କରିଛନ୍ତି।