ଗଞ୍ଜାମ ଥାନା ପୋଲିସ ପକ୍ଷରୁ ମାସ୍କ, ହେଲ୍‌ମେଟ ଯାଞ୍ଚ

ଗଞ୍ଜାମ,୧୫।୪(ଡି.ଏନ୍‌.ଏ.): ମହାମାରୀ କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ ଆସିବା ପରଠାରୁ ପ୍ରଶାସନର ନିଦ ହଜିଯାଇଛି। ଏହାର ମୁକାବିଲା ନିମନ୍ତେ ଏବେ ଲୋକଙ୍କୁ ସଚେତନତା ହେବା ଜରୁରୀ ହୋଇପଡ଼ିଛି। ଜିଲା ଉଚ୍ଚ ପ୍ରଶାସନର ନିଦ୍ଦେର୍ର୍ଶକ୍ରମେ ମାକ୍ସ ଓ ହେଲିମେଟ ଯାଞ୍ଚକୁ କଡ଼ାକଡ଼ି କରିଛି ଗଞ୍ଜାମ ଥାନା ପୋଲିସ l ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ଦିନକୁ ପ୍ରାୟ ୩ଥର ସହରରେ ପାଟ୍ରୋଲିଂ କରୁଛି। ଏଥିସହ ଅମାନିଆଙ୍କଠାରୁ ଫାଇନ୍‌ ମଧ୍ୟ ଆଦାୟ କରାଯାଉଛି। ଅନ୍ୟପଟେ ଗଞ୍ଜାମ ଏନ୍‌ଏସି ପ୍ରଶାସନର କୌଣସି ସଚେତନତା କରାଯାଉନି l ଏନ୍‌ଏସି ସଚେତନ ଧର୍ମକୁ ଆଖି ଠାର ବୋଲି ସହରରେ ଚର୍ଚ୍ଚା ହେଉଛି l