ଗଞ୍ଜାମ,୪।୧୨(ଡି.ଏନ୍.ଏ.): ବାତ୍ୟା ହେବା ନେଇ ପାଣିପାଗ ବିଭାଗର ଆଗୁଆ ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି l ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସମୁଦ୍ର କୂଳ ନିକଟବର୍ତ୍ତୀ ଅଞ୍ଚଳ ତଥା ଅଗସ୍ତି ନୂଆଗାଁ, ଗୋଖରକୁଦା, ପୋଡ଼ମପେଟା ଏବଂ ପୁରୁଣାବନ୍ଧ ଆଦି ଗ୍ରାମକୁ ଯାଇ ଡାକବାଜି ଯନ୍ତ୍ର ଦ୍ୱାରା ମତ୍ସ୍ୟଜୀବୀଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ଜିଲା ଏସ୍ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀଙ୍କୁ ପ୍ରଶଂସା କରାଯାଇଛି l