ଛତ୍ରପୁର,୧ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ବୁଧବାର ଇ-ଅଫିସର ଶୁଭାରମ୍ଭ ହୋଇଛି। ଏହାଫଳରେ ଜନସାଧାରଣଙ୍କୁ ଖୁବ୍ଶୀଘ୍ର ଉତ୍ତମ ସେବା ମିଳିପାରିବ ବୋଲି ଏକ ଖବରଦାତା ସମ୍ମିଳନୀରେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ କହିଛନ୍ତି। ରାଜ୍ୟ ସରକାରଙ୍କ ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ପାଇଁ ଡିପିଓ ଅଫିସରେ ଏହି ପଦକ୍ଷେପ ନିଆଯାଇଛି। ଏଥିପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା ହୋଇଛି।