ଗଞ୍ଜାମ ପୋଲିସ ପକ୍ଷରୁ ମାସ୍କ ପାଇଁ ୧.୫୬ ଲକ୍ଷ ଜରିମାନା ଆଦାୟ

ଛତ୍ରପୁର, ୨୮।୭(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ଗଞ୍ଜାମ ପୋଲିସ ତଥା ପ୍ରଶାସନ ପକ୍ଷରୁ କୋଭିଡ୍‌ ନିୟମକୁ କଡ଼ାକଡ଼ି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ପୋଲିସ ପକ୍ଷରୁ ଯାଞ୍ଚ କରାଯାଇ ମାସ୍କ ପିନ୍ଧି ନ ଥିବା ଅମାନିଆଙ୍କଠାରୁ ୧ ଲକ୍ଷ ୫୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହ ନାଇଟ୍‌ କର୍ଫ୍ୟୁ ଉଲ୍ଲଂଘନ ନେଇ ୧୫୦୦ ଟଙ୍କା ଜରିମାନା ଆଦାୟ ହୋଇଥିବାବେଳେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୫ ଜଣଙ୍କୁ ଗିରଫ କରାଯିବା ସହ ୭ ହଜାର ୨୦ ଟଙ୍କା ଜବତ ହୋଇଛି। ସେହିପରି ୧୦୧.୬ ଲିଟର ମଦ ଜବତ ସହ ଏଥିରେ ସମ୍ପୃକ୍ତ ୯ ଜଣଙ୍କୁ ପୋଲିସ ଗିରଫ କରିଛି। ମଙ୍ଗଳବାର ଏସମ୍ପର୍କରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଟୁଇଟକରି ସୂଚନା ଦେଇଛନ୍ତି।

Share