ଗଞ୍ଜାମବାସୀଙ୍କୁ ମିଳିଲା କାଳିଆ ଟଙ୍କା: ୫ ଲକ୍ଷ ଚାଷୀ ହେଲେ ଉପକୃତ

ଛତ୍ରପୁର,୧୧।୩(ସନ୍ତୋଷ ପାଢ଼ୀ): କାଳିଆ ଯୋଜନାରେ କାଳିଆ ସହାୟତା ରାଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଟ୍ରାନ୍ସଫର କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜ଼ିଲା ଛତ୍ରପୁର ସ୍ଥିତ ଜଲାପାଳଙ୍କ କାର୍ଯ୍ୟାଳୟର ଓସଓ୍ବାନ ହଲରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ମୁଖ୍ୟ ଜିଲା କୃଷି ଅଧିକାରୀ ସୁବ୍ରତ କୁମାର ସାହୁ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯୋଜନାରେ ୫ ଲକ୍ଷ କ୍ଷୁଦ୍ର, ନମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଉପକୃତ ହୋଇଛନ୍ତି। ପ୍ରତ୍ୟେକଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ଏଥିସହ ଜିଲାରେ କାଳିଆ କେନ୍ଦ୍ରର ଶୁଭ ଉଦ୍‌ ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।