ଛତ୍ରପୁର,୨୬।୫(ଡି.ଏନ୍.ଏ.): ସୁଗାର, ବିପି ଓ ଅକ୍ସିଜେନ ସ୍ତର କ’ଣ ଅଛି ମୋବାଇଲ ଫୋନ ଦ୍ୱାରା ଜାଣିବାକୁ ପ୍ରାୟ କେତେ ଲୋକ ଅକ୍ସିଜେନ ଆପ ଡାଉନଲୋଡ଼ କରୁଛନ୍ତି। ପରେ ଉକ୍ତ ଆପ ଖୋଲି ମୋବାଇଲ ଉପରେ ଲୋକେ ଫିଙ୍ଗର ପ୍ରିଣ୍ଟ ଦେଉଛନ୍ତି। ଏହି ଫିଙ୍ଗର ପ୍ରିଣ୍ଟକୁ ଦୁର୍ବୃତ୍ତ କପି କରି ନେଉଛନ୍ତି। ପରେ ଏହା ସାହାଯ୍ୟରେ ଉକ୍ତ ବ୍ୟକ୍ତିର ଆଧାରକାର୍ଡ ସହ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ କରିଥାନ୍ତି ଦୁର୍ବୃତ୍ତ । ପରେ ଅକ୍ସିମିଟର ଆପ ଡାଉନଲୋଡ କରି ଫିଙ୍ଗର ପ୍ରିଣ୍ଟ ଦେଇଥିବା ବ୍ୟକ୍ତି ନିଜ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଠକେଇର ଶିକାର ହୋଇଥାନ୍ତି। ଏଣୁ ଦୟାକରି ଏପରି କୌଣସି ଫେକ୍ ଆପ ଡାଉନଲୋଡ ନ କରିବାକୁ ଜନସାଧାରଣଙ୍କୁ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ ଅନୁରୋଧ କରିଛନ୍ତି।